
-
ସୁଦେବ କୁମାର ପୃଷ୍ଟି ଟପ୍ପର
ଭୁବନେଶ୍ୱର, ଓଡିଶା ସିଭିଲ ସର୍ଭିସ ୨୦୨୧ ରେଜଲ୍ଟ ପ୍ରକାଶ ପାଇଛି । ଏଥିରେ ମୋଟ ୪୩୨ ଜଣ ପ୍ରାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ୧୬୪ ଜଣ ମହିଳା ରହିଛନ୍ତି । ଶ୍ରେଷ୍ଠ ୧୦ ଜଣଙ୍କ ମଧ୍ୟରେ ୫ ଜଣ ପୁଅ ଓ ୫ ଜଣ ଝିଅ ରହିଛନ୍ତି । ସୁଦେବ କୁମାର ପୃଷ୍ଟି ଓସିଏସ୍ ଟପ୍ପର ହୋଇଛନ୍ତି । ଦ୍ୱିତୀୟ ସ୍ଥାନରେ ଅଛନ୍ତି ସୂଚିସ୍ମିତା ପାଣିଗ୍ରାହୀ । ସେହିପରି ତୃତୀୟ ସ୍ଥାନରେ ପ୍ରଣବ ରଞ୍ଜନ ସାହୁ, ଚତୁର୍ଥରେ ବୈଶାଖୀ ଲେଙ୍କା, ୫ମରେ ଶ୍ୱେତଲୀନା ମାହାନା, ଷଷ୍ଠ ସ୍ଥାନରେ ଅଗ୍ନିଜା ଶିବଦତା ଥିବାବେଳେ ୭ମରେ ସନ୍ତୋଷ କୁମାର ପାତ୍ର, ୮ମରେ ମୀମାଂସା ସାହୁ, ୯ମ ସ୍ଥାନରେ ବିନ୍ଦୁ ବଳୟ ରାଉତରାୟ, ୧୦ମରେ ସୌମ୍ୟରଂଜନ ମହାପାତ୍ର ରହିଛନ୍ତି ।
ସୂଚନାଯୋଗ୍ୟ ଯେ ଓଡିଶା ସିଭିଲ ସର୍ଭିସ ୨୦୨୧ ପରୀକ୍ଷା ପାଇଁ ଚଳିତ ବର୍ଷ ଫେବୃଆରୀ ୨୧ ରୁ ମାର୍ଚ୍ଚ ୧୮ ତାରିଖ ମଧ୍ୟରେ ଲିଖିତ ପରୀକ୍ଷା ହୋଇଥିଲା । ସେହିପରି ଜୁଲାଇ ୧୫ରୁ ୨୫ ତାରିଖ ମଧ୍ୟରେ ସାକ୍ଷାତକାର ଅନୁଷ୍ଠିତ ହୋଇଥିଲା । ଉଭୟ ପରୀକ୍ଷାକୁ ଭିତି କରି ମୋଟ ୪୩୨ ପ୍ରାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି । ପରୀକ୍ଷାର୍ଥୀମାନେ ଓପିଏସସିର ୱେବସାଇଟ୍ କୁ ଯାଇ ରେଜଲ୍ଟ ଜାଣିପାରିବେ ।