
-
ମଦୁଆ ଅଟୋ ଡ୍ରାଇଭରଙ୍କୁ ମହାଙ୍ଗା ପଡିଲା ମଦପିଇ ଗାଡି ଚାଳନା,
ପୁରୀ ଜ଼ିଲ୍ଲା ସଦର ଥାନା ଛକ ଓ ସହର ବିଭିନ୍ନ ଛକ ମାନଙ୍କ ରେ ଆର ଟି ଓ ରବୀନ ପଟ୍ଟନାୟକ ଅଚାନକ ଚଢ଼ାଉ କରି ଗାଡି ମଟର ଯାଞ୍ଚ କରିଥିଲେ l ଦ୍ରୁତ ଗତି ରେ ବେନିଅମ ଯାତ୍ରା କରୁଥିବା ଏକ ଅଟୋ ଯାନ ଚାଳକ କୁ ପୁରୀ ଆର ଟି ଓ ଅଟକାଇ ଥିବା ବେଳେ ଡ୍ରାଇଭର ମଦ ପିଇ ଥିବl ଜଣା ପଡି ଥିଲା l ଉକ୍ତ ଡ୍ରାଇଭର ଙ୍କୁ କୋଡିଏ ହଜାର ଫାଇନ କରି ଗାଡି କୁ ସଦର ଥାନା ଠାରେ ସିଜ କରାଯାଇଥିଲା l ଚଢ଼ାଉ ବେଳେ 48 ଗୋଟି ଇ ଚାଲାଣ କରାଯାଇ ବିଭିନ୍ନ ଯାନ ବାହାନ ଯାଞ୍ଚ କରି ସମୁଦାୟ ଦୁଇ ଲକ୍ଷ 93 ହଜାର 213 ଟଙ୍କା ଫାଇନ କରାଯାଇଛି l ଏହି ଯାଞ୍ଚ ବେଳେ ଟ୍ରାଫିକ ଅଫିସର ଏସ କେ ପାତ୍ର, କନେଷ୍ଟବଲ ରାଜେଶ ସାମନ୍ତ ସିଂହାର, ଅଶୋକ କେଷ୍ଟl, ପ୍ରମୁଖ ଷ୍ଟାଫ ସାମିଲ ଥିଲେ l ଏବଂ ଆଗାମୀ ଦିନ ରେ ଜ଼ିଲ୍ଲା ରେ ଦୁର୍ଘଟଣା ମୃତ୍ୟୁ ହାର ରୋକିବା ପାଇଁ ଏଇ ବିଭାଗ ର ସ୍ପେଶାଲ ଡ୍ରାଇଭ କାର୍ଯ୍ୟକ୍ରମ ଓ ଆରଟିଓ ଙ୍କ ଅଚାନକ ପରିଦର୍ଶନ କାର୍ଯ୍ୟକ୍ରମ ଜାରି ରହିବ ଓ ନିଶା ଗ୍ରସ୍ତ ଡ୍ରାଇଭର, ବେନିୟମ ଗାଡି ଚାଳନା ଉପରେ ଜୋରଦାର ଫାଇନ ଆଦାୟ କରାଯିବ ଓ କୋର୍ଟ ଚାଲାଣ କରାଯିବ ବୋଲି ଶ୍ରୀ ପଟ୍ଟନାୟକ ଗଣମାଧ୍ୟମରେ ପ୍ରକାଶ କରିଛନ୍ତି l