
ଭୁବନେଶ୍ୱର, କେନ୍ଦ୍ରାପଡା ଜିଲ୍ଲାରୁ କେନ୍ଦୁଝର ଜିଲ୍ଲାର ବିଲେଇପଦା ନିକଟରେ ଥିବା ଶୈବ ପୀଠ ମୁର୍ଗା ମହାଦେବ ଯାଉଥିବା ବେଳେ ବୋଲ ବମ ଭକ୍ତ ମାନଙ୍କର ଗାଡି ଦୁର୍ଘଟଣାଗ୍ରସ୍ତ ହୋଇଛି । ଘସିପୁରା ଥାନା ଶୈଲଙ୍ଗ ନିକଟରେ ଏହି ଗାଡି ଆଜି ସକାଳୁ ଓଲଟି ପଡିବା କାରଣରୁ ପାଂଚ ଜଣ ଆହତ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ଦୁଇ ଜଣ ଗୁରୁତର ଅଛନ୍ତି ।
ଗୁରୁତର ଭାବେ ଆହତ ହୋଇଥିବା ଯାତ୍ରୀ ମାନଙ୍କୁ ଆନନ୍ଦପୁର ଉପଖଂଡ ଚିକିତ୍ସାଳୟରେ ଭର୍ତି କରାଯାଇଛି ।