ଅହମଦାବାଦ, ଅହମଦାବାଦର ଶାହୀବାଗ ଅଂଚଳରେ ସ୍ଥିତ ରାଜସ୍ଥାନ ହସପିଟାଲରେ ଆଜି ସକାଳୁ ନିଆଁ ଲାଗିଯାଇଥିଲା । ସେଠାରେ ଭର୍ତି ଥିବା ଶହେରୁ ଉର୍ଧ ରୋଗୀଙ୍କୁ ସୁରକ୍ଷିତ ବାହାର କରାଯାଇ ଅନ୍ୟ ହସପିଟାଲ ମାନଙ୍କରେ ଭ୍ତି କରାଯାଇଛି । ବେସମେଂଟରେ ନୂଆଁ ଲାଗି ଅନେକ ଗାଡି ଜଳି ଯାଇଛି । ନିଆଁ ଲାଗିବା ସମ୍ପର୍କରେ ସୂଚନା ପାଇ 20ରୁ ଉର୍ଧ ଦମକଳ ବାହିନୀର ଗା଼ଡି ସେଠାରେ ପହଂଚି ନିଆଁ ଲିଭାଇବା କାମରେ ଲାଗିଛନ୍ତି । ପ୍ରଶାସନ ଏହି ଦୁର୍ଘଟଣାରେ କୌଣସି ଲୋକଙ୍କର ମୃତ୍ୟୁ ହୋଇ ନ ଥିବା ସ୍ପଷ୍ଟ କରିଛନ୍ତି ।