ଗତ ୨୪ ଘଂଟା ମଧ୍ୟରେ ୯ ବ୍ଲକରେ ୧୦୦ ମି.ମି.ରୁ ଉର୍ଦ୍ଧ୍ଵ ବର୍ଷା ରେକର୍ଡ଼ : ବାଲିଗୁଡ଼ା ବ୍ଲକରେ ସର୍ବାଧିକ ୧୩୫.୦ ମି.ମି. ବର୍ଷା … Continue reading ଗତ ୨୪ ଘଂଟା ମଧ୍ୟରେ ୯ ବ୍ଲକରେ ୧୦୦ ମି.ମି.ରୁ ଉର୍ଦ୍ଧ୍ଵ ବର୍ଷା ରେକର୍ଡ଼ : ବାଲିଗୁଡ଼ା ବ୍ଲକରେ ସର୍ବାଧିକ ୧୩୫.୦ ମି.ମି. ବର୍ଷା ଭୁବନେଶ୍ଵର, ୩୦ ଜୁଲାଇ (ହି.ସ.)- ରାଜ୍ୟରେ ମୌସୁମୀ ସକ୍ରିୟ ରହିଛି । ଗତ ୨୪ ଘଂଟା ମଧ୍ୟରେ ରାଜ୍ୟର ୯ଟି ବ୍ଲକରେ ୧୦୦ ମି.ମି.ରୁ ଉର୍ଦ୍ଧ୍ଵ ବର୍ଷା ରେକର୍ଡ଼ ହୋଇଛି । କନ୍ଧମାଳ ଜିଲ୍ଲାର ବାଲିଗୁଡ଼ା ବ୍ଲକରେ ସର୍ବାଧିକ ୧୩୫.୦ ମି.ମି. ବର୍ଷା ରେକର୍ଡ଼ ହୋଇଛି । ସେହିପରି ବରଗଡ଼ ଜିଲ୍ଲାର ଅତାବିରାରେ ୧୨୪.୪ ମି.ମି., ଝାରସୁଗୁଡ଼ା ଜିଲ୍ଲାର ଲଇକେରାରେ ୧୦୩.୪ ମି.ମି., କନ୍ଧମାଳ ଜିଲ୍ଲାର ତୁମୁଡ଼ିବନ୍ଧରେ ୧୨୮.୦, ଫିରିଙ୍ଗିଆରେ ୧୦୫.୪, ସମ୍ବଲପୁର ଜିଲ୍ଲାର ଯୁଯୁମୁରାରେ ୧୨୦.୦, ବାମରାରେ ୧୧୪.୪, ଏବଂ ରେଙ୍ଗାଲିରେ ୧୦୫.୪ ମିମି ବର୍ଷା ରେକର୍ଡ଼ ହୋଇଛି । ସେହିପରି ସୁନ୍ଦରଗଡ଼ ଜିଲ୍ଲାର ସୁନ୍ଦରଗଡ଼ ବ୍ଲକରେ ୧୧୨.୨ ମିମି ବର୍ଷା ରେକର୍ଡ଼ ହୋଇଛି । ଭୁବନେଶ୍ଵର ସ୍ଥିତ ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଜାରୀ ହୋଇଥିବା ଏକ ଟ୍ଵିଟ୍ ରୁ ଏହି ସୂଚନା ମିଳିଛି ।
Copy and paste this URL into your WordPress site to embed
Copy and paste this code into your site to embed