
ଭୁବନେଶ୍ୱର, 2024 ଲୋକସଭା ନିର୍ବାଚନକୁ ନେଇ ଏକ ଜାତୀୟ ସ୍ତରୀୟ ସର୍ଭେରେ ଏନଡିଏ ସରକାର ଗଠନ କରିବ ବୋଲି ପୂର୍ବାନୁମାନ କରିଥିବା ବେଳେ ଏହାକୁ ନେଇ ପ୍ରତିକ୍ରିୟା ଦେଇଛି ବିଜେଡି ।
ବିଜେଡି ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକ କହିଛନ୍ତି, ଯେଉଁ ସର୍ଭେ କଥା କୁହା ଯାଇଛି, ସେଥିରେ ଠିକ ଭାବେ ସାମ୍ପଲ ନିଆଯାଇ ନାହିଁ। ତେବେ ଆଗାମୀ ନିର୍ବାଚନରେ ବିଜେଡି 20 ସିଟ ହାସଲ କରିବ । କାରଣ ବିଜେଡି ନିକଟରେ 50 ପ୍ରତିଶତ ଭୋଟ ହାର ରହିଛି । ସଦ୍ୟ 2022 ମସିହାରେ ହୋଇଥିବା ନିର୍ବାଚନରେ ବିଜେଡିକୁ ରାଜ୍ୟର ଜନସାଧାରଣ 50 ପ୍ରତିଶତରୁ ଅଧିକ ଭୋଟ ଦେଇଥିଲେ । ତେଣୁ ଏହି ହାର ବଜାୟ ରହିବ ଓ ବିଜେଡିକୁ 20 ସିଟ ମିଳିବ ।