-
ପ୍ରତ୍ୟେକ ଯୁବକଙ୍କୁ ସମାନ ଶିକ୍ଷା ସହ ଶିକ୍ଷା ପାଇଁ ସମାନ ସୁଯୋଗ ପ୍ରଦାନ କରିବା ଜାତୀୟ ଶିକ୍ଷା ନୀତିର ପ୍ରାଥମିକତା- ପ୍ରଧାନମନ୍ତ୍ରୀ
-
ଭାରତର ଜ୍ଞାନଧାରାକୁ ଭବିଷ୍ୟତରେ ସମୃଦ୍ଧ କରିବା ପାଇଁ ଜାତୀୟ ଶିକ୍ଷା ନୀତି ଏକ ଦୂରଦର୍ଶୀ ଦସ୍ତାବିଜ- ଧର୍ମେନ୍ଦ୍ର ପ୍ରଧାନ
-
ଜାତୀୟ ଶିକ୍ଷା ନୀତିର ତୃତୀୟ ବର୍ଷ ପୂର୍ତ୍ତି ଅବସରରେ ପିଏମ ଶ୍ରୀ ଯୋଜନାରେ ପ୍ରଥମ କିସ୍ତିରେ ୬୩୦ କୋଟି ଟଙ୍କା ଜାରି କଲେ ପ୍ରଧାନମନ୍ତ୍ରୀ
-
୧୨ଟି ପ୍ରମୁଖ ଭାରତୀୟ ଭାଷାରେ ଶିକ୍ଷା ଏବଂ ଦକ୍ଷତା ପାଠ୍ୟକ୍ରମ ପୁସ୍ତକ ଉନ୍ମୋଚିତ
-
ଦେଶକୁ ସଫଳ କରିବା ଓ ଦେଶର ଭାଗ୍ୟକୁ ପରିବର୍ତ୍ତନ କରିବାର ସବୁଠାରୁ ବଡ଼ ଶକ୍ତି ହେଉଛି ଶିକ୍ଷା
-
ଜାତୀୟ ଶିକ୍ଷା ନୀତି ଦ୍ୱାରା ଦେଶର ସବୁ ଭାଷାକୁ ସମ୍ମାନ ଓ ପ୍ରୋତ୍ସାହନ ମିଳିବ
-
ମହାତ୍ମା ଗାନ୍ଧୀ, ରବୀନ୍ଦ୍ର ନାଥ ଟାଗୋର, ସ୍ୱାମୀ ବିବେକାନନ୍ଦ, ମହର୍ଷି ଅରବିନ୍ଦଙ୍କ ଭଳି ମହାପୁରୁଷମାନେ ଯେଉଁ ସାମଗ୍ରିକ ଏବଂ ବହୁଭାଷୀ ଶିକ୍ଷାର ପରିକଳ୍ପନା କରିଥିଲେ, ଆଜି ଜାତୀୟ ଶିକ୍ଷା ନୀତିରେ ସେହି ଚିନ୍ତନଧାରାକୁ ବାସ୍ତବର ରୂପ ଦିଆଯାଉଛି
-
ଅଖିଳ ଭାରତୀୟ ଶିକ୍ଷା ସଙ୍ଗମ ନୂଆ ଭାରତର ନେତୃତ୍ୱକର୍ତ୍ତା ଭାରତ ପାଇଁ ଗୌରବର ଅନୁଭୂତିର ମୁହୂର୍ତ୍ତ
-
୨୦୧୪ରୁ ଶିକ୍ଷା ନୀତିକୁ ନେଇ ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟିକୋଣ, ଦୂରଦର୍ଶୀ ଓ ମାର୍ଗଦର୍ଶନ ପ୍ରେରଣାଦାୟୀ
-
ଶିକ୍ଷା ନୀତି ସର୍ବସମାବେଶୀ, ସର୍ବସୁଲଭ, ସର୍ବସ୍ପର୍ଶୀ ଏବଂ ଏକ ଆଦର୍ଶ
ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦି ପିଏମ ଶ୍ରୀ ଯୋଜନାରେ ପ୍ରଥମ କିସ୍ତି ଜାରି କରିଛନ୍ତି । ଦେଶର ୬ ହଜାର ୨୦୭ଟି ସ୍କୁଲ ଏହି ପ୍ରଥମ କିସ୍ତିରେ ମୋଟ ୬୩୦ କୋଟି ଟଙ୍କା ପାଇଛନ୍ତି । ଏହାସହ ପ୍ରମୁଖ ୧୨ଟି ଭାରତୀୟ ଭାଷାରେ ଅନୁବାଦିତ ହୋଇଥିବା ଶିକ୍ଷା ଏବଂ ଦକ୍ଷତା ପାଠ୍ୟକ୍ରମ ପୁସ୍ତକର ଉନ୍ମୋଚନ କରିଛନ୍ତି ପ୍ରଧାନମନ୍ତ୍ରୀ । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଗୁଣାତ୍ମକ ଶିକ୍ଷାର ଦୁନିଆରେ ଅନେକ ମାନଦଣ୍ଡ ରହିଛି । କିନ୍ତୁ ଆମେ ଯେତେବେଳେ ଭାରତ ବିଷୟରେ ଟିପ୍ପଣୀ ରଖୁଛୁ, ଆମର ଏକ ବଡ଼ ପ୍ରୟାସ ଅଛି ଏବଂ ତାହା ହେଉଛି ସମାନତା ! ଜାତୀୟ ଶିକ୍ଷା ନୀତିର ପ୍ରାଥମିକତା ହେଉଛି ଭାରତର ପ୍ରତ୍ୟେକ ଯୁବକଙ୍କୁ ସମାନ ଶିକ୍ଷା ଏବଂ ଶିକ୍ଷା ପାଇଁ ସମାନ ସୁଯୋଗ ମିଳିବା ଉଚିତ୍ । ଯେତେବେଳେ ଆମେ ସମାନ ଶିକ୍ଷା ଏବଂ ସମାନ ସୁଯୋଗ କଥା କହୁଛୁ, କେବଳ ସ୍କୁଲ ଖୋଲିଦେଲେ ଏହି ଦାୟିତ୍ୱ ପୂରଣ ହୋଇପାରିବ ନାହିଁ । ସମାନ ଶିକ୍ଷାର ଅର୍ଥ ହେଉଛି ଶିକ୍ଷା ସହିତ ସମ୍ବଳର ସମାନତା । ସମାନ ଶିକ୍ଷାର ଅର୍ଥ ହେଉଛି ପ୍ରତ୍ୟେକ ପିଲାଙ୍କୁ ପାଠପଢା ବୁଝାପଡିବା ଏବଂ ପସନ୍ଦ ଅନୁସାରେ ବିକଳ୍ପ ମିଳିବା । ସମାନ ଶିକ୍ଷାର ଅର୍ଥ ହେଉଛି ସ୍ଥାନ, ବର୍ଗ, ସ୍ଥାନ କାରଣରୁ ପିଲାମାନେ ଶିକ୍ଷାରୁ ବଞ୍ଚିତ ହୁଅନ୍ତୁ ନାହିଁ । ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି ଯେ ଦେଶକୁ ସଫଳ କରିବା ଓ ଦେଶର ଭାଗ୍ୟକୁ ପରିବର୍ତ୍ତନ କରିବାର ସବୁଠାରୁ ବଡ଼ ଶକ୍ତି ହେଉଛି ଶିକ୍ଷା । ଏକବିଂଶ ଶତାବ୍ଦୀର ଭାରତ ଯେଉଁ ଲକ୍ଷ୍ୟ ନେଇ ଆଗକୁ ବଢ଼ୁଛି, ସେଥିରେ ଆଜି ଆମର ଶିକ୍ଷା ବ୍ୟବସ୍ଥା ମଧ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଜାତୀୟ ଶିକ୍ଷା ନୀତି ଦ୍ୱାରା ଦେଶର ସବୁ ଭାଷାକୁ ସମ୍ମାନ ଓ ପ୍ରୋତ୍ସାହନ ମିଳିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।
ଶିକ୍ଷାର ଏହି ମହାକୁମ୍ଭରେ ଯୋଗଦେଇ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମାର୍ଗଦର୍ଶନ ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇବା ସହ କହିଛନ୍ତି ଯେ ପ୍ରଧାନମନ୍ତ୍ରୀଙ୍କ ମାର୍ଗଦର୍ଶନରେ ପ୍ରଣୀତ ଜାତୀୟ ଶିକ୍ଷା ନୀତି ଭାରତର ଜ୍ଞାନଧାରାକୁ ଭବିଷ୍ୟତରେ ସମୃଦ୍ଧ କରିବା ପାଇଁ ଏକ ମହତ୍ୱପୂର୍ଣ୍ଣ ଦୂରଦର୍ଶୀ ଦସ୍ତାବିଜ । ମହାତ୍ମା ଗାନ୍ଧୀ, ରବୀନ୍ଦ୍ର ନାଥ ଟାଗୋର, ସ୍ୱାମୀ ବିବେକାନନ୍ଦ, ମହର୍ଷି ଅରବିନ୍ଦ, ମଦନ ମୋହନ ମାଲବୀୟ ଓ ସର୍ବପଲ୍ଲୀ ରାଧାକ୍ରୀଷ୍ଣଙ୍କ ଭଳି ମହାପୁରୁଷମାନେ ଯେଉଁ ସାମଗ୍ରିକ ଏବଂ ବହୁଭାଷୀ ଶିକ୍ଷାର ପରିକଳ୍ପନା କରିଥିଲେ, ଆଜି ଜାତୀୟ ଶିକ୍ଷା ନୀତିରେ ସେହି ଚିନ୍ତନଧାରାକୁ ବାସ୍ତବର ରୂପ ଦିଆଯାଉଛି । ଜାତୀୟ ଶିକ୍ଷା ନୀତିର ସ୍ୱରୂପ ଭାରତର ଶିକ୍ଷା ପ୍ରତି ଭାରତର ଭାବନାର ପ୍ରତୀକ । ଶିକ୍ଷା ନୀତି ଉପନିବେଶବାଦ ମାନସିକତାରୁ ମୁକ୍ତି ଦେବ । ଭାରତୀୟ ଭାଷା ଓ ଭାରତୀୟତା ମୂଲ୍ୟବୋଧ ପ୍ରଦାନ ପ୍ରତିଷ୍ଠା କରିବ ।
ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱ ଏବଂ ପ୍ରତ୍ୟକ୍ଷ ମାର୍ଗଦର୍ଶନ, ଭାରତୀୟତାର ମୂଲ୍ୟବୋଧର ପୁନଃପ୍ରତିଷ୍ଠା କରିବା ଶିକ୍ଷା ବ୍ୟବସ୍ଥାକୁ ଏକବିଂଶ ଶତାବ୍ଦୀରେ ଆଧୁନିକ ବିଚାର ସହ ଯୋଡିହେବାର ପ୍ରୟାସକୁ ଅଧିକ ସହଯୋଗ ପ୍ରଦାନ କରୁଛି । ଆଜି ଆୟୋଜିତ ଅଖିଳ ଭାରତୀୟ ଶିକ୍ଷା ସଙ୍ଗମ ଆୟୋଜନ ନୂଆ ଭାରତର ନେତୃତ୍ୱକର୍ତ୍ତା ଭାରତ ପାଇଁ ଗୌରବର ଅନୁଭୂତିର ମୁହୂର୍ତ୍ତ । ଏନଇପି ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱ ଓ ମାର୍ଗଦର୍ଶନରେ ଜାତୀୟ ଶିକ୍ଷା ନୀତି ଏକବିଂଶ ଶତାବ୍ଦୀର ନୂତନ ଭାରତରେ ପଥ ପ୍ରଦର୍ଶନ କରୁଥିବା ମୂଳ ଦର୍ଶନର ପ୍ରାଣତତ୍ତ୍ୱ । ୨୦୧୪ରୁ ଶିକ୍ଷା ନୀତିକୁ ନେଇ ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟିକୋଣ, ଦୂରଦର୍ଶୀ ଓ ମାର୍ଗଦର୍ଶନ ପ୍ରେରଣାଦାୟୀ । ଭାରତ, ଭାରତୀୟ ଏବଂ ଭାରତୀୟତାର ତତ୍ୱର ସମାହିତ ଶିକ୍ଷା ନୀତି ସର୍ବସମାବେଶୀ, ସର୍ବସୁଲଭ, ସର୍ବସ୍ପର୍ଶୀ ଏବଂ ଏକ ଆଦର୍ଶ । ନୂଆ ଶିକ୍ଷା ନୀତି ଭାରତକୁ ନେତୃତ୍ୱକର୍ତ୍ତା ଭାବରେ ସ୍ଥାପିତ କରିବ । ଶିକ୍ଷାର ଏହି ମହାକୁମ୍ଭରୁ ବାହାରିଥିବା ଅମୃତ ଆମ ଅମୃତ ପିଢିକୁ ଅଧିକ ସମର୍ଥ ଓ ଦକ୍ଷ କରିବ । ଆତ୍ମନିର୍ଭର ଓ ବିକାଶିତ ଭାରତ ନିର୍ମାଣ କରିବ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି
ଏହି କାର୍ଯ୍ୟକ୍ରମରେ ଶିକ୍ଷା ରାଷ୍ଟ୍ର ମନ୍ତ୍ରୀ ଅନ୍ନପୂର୍ଣ୍ଣା ଦେବୀ, ରାଜକୁମାର ରଞ୍ଜନ ସିଂହ ଓ ସୁଭାଷ ସରକାର ପ୍ରମୁଖ ଉପସ୍ଥିତ ଥିଲେ ।