
ଗଂଜାମ, ଗଂଜାମ ଜିଲାରେ ନକଲି ଡାକ୍ତରଙ୍କ ଦୌରାତ୍ମ୍ୟ କହିଲେ ନସରେ। ଜିଲ୍ଲାର ପ୍ରାୟ ସମସ୍ତ ପୁରପଲ୍ଲୀରେ ନକଲି ଡାକ୍ତର ଛାଇ ହୋଇ ରହିଛନ୍ତି । ଏମାନେ କୌଣସି ଡାକ୍ତରୀ ପାଠ ନପଢି ରୋଗୀକୁଂ ଚିକିତ୍ସା କରୁଥିବା ଅଭିଯୋଗ ହେଉଛି। ଶେରଗଡ ବ୍ଳକ ନରେନ୍ଦ୍ରପୁର ପଂଚାୟତର ପିତଳ ଛକରେ ଏମିତି ଜଣେ ନକଲି ଡାକ୍ତର ଚିକିତ୍ସା ଆଳରେ ରୋଗୀକଂ ଠାରୁ ହଜାର ହଜାର ଟକାଂ ଲୁଟୁଛନ୍ତି। ବିନା ଲାଇସେନସରେ ହଜାର ହଜାର ଟଂକାର ନକଲି ଓ ଭେଜାଲ ଔଷଧ ନିଜ କ୍ଲିନିକରେ ରଖି ଚଢା ଦରରେ ବିକ୍ରି କରି ରୋଗୀଙ୍କ ଜୀବନ ସହ ଖେଳ ଖେଳୁଥିବା ଅଭିଯୋଗ ହେଉଛି।
ତୁରନ୍ତ ଗଂଜାମ ଜିଲାପାଳ, ସିଡିଏମଓ, ଭଂଜନଗର ଡ୍ରଗ୍ସ ଇନିସପେକଟର ଏବଂ ହିଞ୍ଜଳିକାଟୁ ପୁଲିସ୍ ଘଟଣାର ତଦନ୍ତକରି ସଂପୃକ୍ତ କ୍ବାକକଂ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜନସାଧାରଣରେ ଦାବି ହେଉଛି ।