
କନ୍ଧମାଳ, ଜୁଲାଇ ୨୮ରୁ ଅଗଷ୍ଟ ୩ ତାରିଖ ଶହୀଦ ସପ୍ତାହ ପାଳନ କରୁଛି ନକ୍ସଲ ସଂଗଠନ । ଏହି ଅବସରରେ ନୂଆ ଗଣତାନ୍ତ୍ରିକ ବିପ୍ଳବ ସଫଳ ପାଇଁ ଲଢ଼ି ଶହୀଦ୍ ହୋଇଥିବା ସମସ୍ତ ସାଥୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହିତ ସେମାନଙ୍କର ସ୍ମୃତିଚାରଣ କରାଯିବ । ଶହିଦ ଦିବସ ଅବସରରେ ଶହୀଦଙ୍କୁ ସ୍ମରଣ କରିବା ଓ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା, ଶହିଦଙ୍କ ଅଧୁରା ସ୍ଵପ୍ନ ପୁରା କରିବାକୁ ଶପଥ ନେବା, ବିପ୍ଲବୀ ଜନଯୁଦ୍ଧରେ ସାମିଲ୍ ହେବା ଏବଂ ଶତ୍ରୁର ରଣନୈତିକ ସମାଧାନ ‘ଦମନ’ ଅଭିଯାନକୁ ପରାସ୍ତ କରିବାକୁ ସଂଗଠନ ପକ୍ଷରୁ ଆହ୍ଵାନ କରାଯାଇଛି । ପୂର୍ବରୁ ସିପିଆଇ (ମାଓବାଦୀ) ଓଡ଼ିଶା ରାଜ୍ୟ କମିଟି ପକ୍ଷରୁ ଜାରୀ ହୋଇଥିବା ଏକ ପ୍ରେସ୍ ବିଜ୍ଞପ୍ତିରୁ ଏହି ସୂଚନା ମିଳିଛି ।