ନୂଆଦିଲ୍ଲୀ, କେନ୍ଦ୍ରୀୟ ଗୃହ ମନ୍ତ୍ରୀ ଅମିତ ଶାହ ତାମିଲନାଡୁର ରାମେଶ୍ୱରମ ମନ୍ଦିରରେ ପୂଜାର୍ଚନା କରିଛନ୍ତି । ସେ ଦେଶର ସୁଖ ଓ ସମୃଦ୍ଧି ପାଇଁ ପ୍ରାର୍ଥନା କରିଛନ୍ତି । ଶ୍ରୀ ଶାହ ଟ୍ୱିଟ କରି କହିଛନ୍ତି, ଶ୍ରୀରାମେଶ୍ୱରମ ମନ୍ଦିର ସନାତନ ସଂସ୍କୃତିର ପ୍ରାଚୀନତା ଓ ବୈଭବର ଅକ୍ଷୁର୍ଣତାର ପ୍ରତୀକ । ୧୨ ଜ୍ୟୋତିର୍ଲିଙ୍ଗ ମଧ୍ୟରୁ ଗୋଟିଏ ରାମେଶ୍ୱରମ ଠାରେ ପ୍ରଭୁ ଶ୍ରୀରାମ ଭଗବାନ ଶିବଙ୍କୁ ପୂଜା କରିଥିଲେ । ଶ୍ରୀ ଶାହ କହିଛନ୍ତି ଆଜି ଥିରୁବିଜହାର ଶୁଭ ଅବସରରେ ଏଠାରେ ଦର୍ଶନ କରି ଅତ୍ୟନ୍ତ ସୁଖ ଓ ଆନନ୍ଦର ଅନୁଭୂତି ହେଉଛି । ଭୋଲେନାଥ ଦେଶବାସୀଙ୍କୁ ସୁଖ ଓ ରାଷ୍ଟ୍ରର ସମୃଦ୍ଧି ପାଇଁ ପ୍ରାର୍ଥନା କରିଛି ।