
ଭୁବନେଶ୍ୱର, ବ୍ୟାଙ୍କ ଋଣ ଦେବା ନାଁରେ ବଡ଼ ଧରଣର ଠକେଇ ମାମଲାରେ ସେଂଟ୍ରାଲ୍ ବ୍ୟାଙ୍କ ଅଫ୍ ଇଣ୍ଡିଆର ପୂର୍ବତନ ଶାଖା ପରିଚାଳକ ସ୍ୱୟମ୍ ପ୍ରକାଶ ପରିଡ଼ାଙ୍କୁ ଗିରଫ କରାଯାଇଛି । କ୍ରାଇମବ୍ରାଂଚର ଅର୍ଥନୈତିକ ଅପରାଧ ଶାଖା ପଳାସପଲ୍ଲୀରେ ଥିବା ସେଂଟ୍ରାଲ ବ୍ୟାଙ୍କ ଅଫ୍ ଇଣ୍ଡିଆର ପୂର୍ବତନ ଶାଖା ପରିଚାଳକ ସ୍ୱୟମଙ୍କୁ ଗିରଫ କରିଥିବା ନେଇ ସୂଚନା ମିଳିଛି ।
ଉଲ୍ଲେଖନୀୟ ଯେ ଗତ ୨୦୧୫ରୁ ୨୦୧୭ ମଧ୍ୟରେ ବ୍ୟାଙ୍କ ଋଣ ଦେବା ନାଁରେ ଏକ କୋଟି ୯ ଲକ୍ଷ ଟଙ୍କାର ଠକେଇ ହୋଇଥିଲା ।
ଅଭିଯୋଗ ଅନୁସାରେ ଜାଲି ଡକ୍ୟୁମେଂଟ ଦେଇ ଭିନ୍ନ ଭିନ୍ନ ବ୍ୟାଙ୍କରେ ଆକାଉଣ୍ଟ ଖୋଲି ଋଣ ମଞ୍ଜୁର କରାଯାଇଥିଲା ।