
ଭୁବନେଶ୍ୱର, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆନ୍ତର୍ଜାତିକ ବ୍ୟାଘ୍ର ଦିବସ ଅବସରରେ ବାଘ ମାନଙ୍କର ସୁରକ୍ଷା ପାଇଁ ପ୍ରତିବଦ୍ଧତାକୁ ଦୋହରାଇଛନ୍ତି । ମୁଖ୍ୟମନ୍ତ୍ରୀ ଟ୍ୱିଟ କରି କହିଛନ୍ତି, ପୃଥିବୀରେ ପାରିସ୍ଥିତିକିର ସନ୍ତୁଳନ ଓ ଜୈବ ବିବିଧତାକୁ ବଜାୟ ରଖିବାକୁ ବାଘ ମାନେ ଗୁରୁତ୍ୱପୂର୍ଣ ଭୂମିକା ଗ୍ରହଣ କରିଥାନ୍ତି । ଆନ୍ତର୍ଜାତିକ ବ୍ୟାଘ୍ର ଦିବସ ଅବସରରେ ସେମାନଙ୍କର ସୁରକ୍ଷା ଓ ତାଙ୍କର ପ୍ରାକୃତିକ ପରିସଂସ୍ଥାକୁ ସୁରକ୍ଷିତ ରଖିବାକୁ ପ୍ରତିବଦ୍ଧତାକୁ ଦୋହରାଉଛି ।