
କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ,
ପୁରୀ, ଉପଭୋକ୍ତା ଙ୍କ ଉପରେ ଟାଟା କମ୍ପାନୀ ର ଜୁଲମ ବଢିଛି |ଘରେ ପଶି ଚାଲୁ ମିଟର କୁ ବଦଳାଇ ସ୍ମାର୍ଟ ମିଟର ବସାଇ ଲୋକଙ୍କୁ ଠକୁଛନ୍ତି | ବିଦ୍ୟୁତ ୟୁନିଟ ପିଛା ଦର ବଢିବା ଯୋଗୁଁ ସାଧାରଣ ଉପଭୋକ୍ତା କ୍ଷତି ସହୁଛନ୍ତି | ଟାଟା ହାତରୁ ରାଜ୍ୟ ସରକାର ବିଦ୍ୟୁତ କୁ ଉଦ୍ଧାର କରିବା ଦରକାର | ଅନ୍ୟ ରାଜ୍ୟ ଭଳି 200ୟୁନିଟ ପର୍ଯ୍ୟନ୍ତ ବିଲ ଛାଡ଼ ପାଇଁ ଦାବୀ କରିଛି ସି ପି ଏମ |ଆମ ପୁରୀ ଜିଲ୍ଲା ରେ କଣ୍ଟ୍ରୋଲ ଖାଉଟି ମାନଙ୍କୁ 12ମାସ ହେଲା ଗହମ ମିଳିନି |ସରକାର ଓ ଜିଲ୍ଲା ପ୍ରଶାସନ ନିରବ ଯୋଗୁଁ ଲୋକେ ଖାଦ୍ୟ ନିରାପତ୍ତା ଅଧିକାର ହରାଇଛନ୍ତି | ଖାଉଟି ଙ୍କ ଗହମ ମିଲ ମାଲିକ ଓ ଡିଲର ଆତ୍ମସାତ କରୁଛନ୍ତି| କିରୋସିନ 120ଟଙ୍କା, ଗ୍ୟାସ 1200ଟଙ୍କା ଗରିବ ଲୋକେ କିପରି ବଂଚିବେ?ଭତ୍ତା ଧାରୀ ମାନଙ୍କ ଭତ୍ତା ରାଶି ସରକାର ବଢ଼ାଇବାକୁ ଦାବୀ କରି ଜିଲ୍ଲା ପାଳ ଅଫିସ ଆଗରେ ସି ପି ଏମ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ମୁଖ୍ୟମନ୍ତୀ ଙ୍କ ଉଧ୍ୟେଶ୍ୟରେ ଦାବୀ ପତ୍ର ରେ ଟାଟା କମ୍ପାନୀ କୁ ହଟାଇ ୟୁନିଟ ପ୍ରତି ବିଦ୍ୟୁତ ବିଲ କମ କରି 200 ୟୁନିଟ ବିଦ୍ୟୁତ ବିଲ ଛାଡ଼କରିବା, ଟାଟା କମ୍ପାନୀ କୁ ହଟାଇବା,ଖାଉଟି ଙ୍କୁ 12ମାସ ର ବକେୟା ଗହମ ତୁରନ୍ତ ଯୋଗାଇଦେବା, ବିଧବା ଭତ୍ତା, ବାର୍ଦ୍ଧକ୍ୟ ଭତ୍ତା ଓ କଳାକାର ଭତ୍ତା ମାସିକ 3000ଟଙ୍କା ଦେବା, କିରୋସିନି ଦର କମକରି କଳାବଜାରୀ ରୋକିବା ପାଇଁ ଦାବୀ କରାଯାଇଛି |ଜିଲ୍ଲାପାଳ ଯଥାଶୀଘ୍ର ବକେୟା ଗହମ କୁ ଖାଉଟି ଙ୍କୁ ଦେବା ପାଇଁ ବ୍ୟବସ୍ଥା କରିବେ ବୋଲି କହିଛନ୍ତି |ଏହି ବିକ୍ଷୋଭରେ ସି ପି ଏମ ନେତା ଶରତ କୁମାର ରାୟଗୁରୁ, ମନୋରଞ୍ଜନ ମହାରଣା, ବିଜୟ ଦାସ, ରବି ନାରାୟଣ ପ୍ରଧାନ, ଟୁନା ନାୟକ,ହାରାମଣି ମହାପାତ୍ର, ପ୍ରଶାନ୍ତ ମହାନ୍ତି , ଜ୍ୟୋସ୍ନା ମୁଖାର୍ଜୀ, ଜ୍ୟୋତି ପ୍ରକାଶ ନାୟକ, ବାହାନ ପରିଡା, ମନୋରଞ୍ଜନ ମହାରଣା ପ୍ରମୁଖ ନେତୃତ୍ୱ ନେଇଥିଲେ |