
ଭୁବନେଶ୍ୱର, ଘରୋଇ ବସ ମାଲିକ ସଙ୍ଘ ରାଜ୍ୟ ସରକାରଙ୍କୁ ତାଙ୍କର ବସ ନେଇ କିଲୋମିଟର ଅନୁସାରେ ପଇସା ଦେବାକୁ ଅପିଲ କରିଛି । ଘରୋଇ ବସ ମାଲିକ ସଂଘ ମୁଖପାତ୍ର ଦେବାଶିଷ ନାୟକ ଏ ସମ୍ପର୍କରେ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ ସହର ବାହାରେ ରୁଟ ଲାଇନ ରେ ମୋ ବସ ଚାଲିଛି । ମୋ ବସ ଯୋଗୁଁ ଘରୋଇ ବସ କ୍ଷତି ରେ ଚାଲିଛି । ଆସନ୍ତା 16 ତାରିଖ ଭିତରେ ପଦକ୍ଷେପ ନ ନେଲେ ରୁଟ ଲାଇନ ରେ ଘରୋଇ ବସ ଚଳା ଚଳ ବନ୍ଦ ହେବ ବୋଲି ସେ ଚେତାବନୀ ଦେଇଛନ୍ତି ।