
ଭୁବନେଶ୍ୱର, ନୟାଗଡ ଜିଲ୍ଲାର ଗଣିଆ ତହସିଲର ଅତିରିକ୍ତ ତହସିଲଦାର ବନମାଳୀ ପରିଡା 10 ହଜାର ଟଙ୍କା ଲାଂଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି । ଭିଜିଲାନ୍ସ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି ।
ଭିଜିଲାନ୍ସ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ଜବତ କରାଯାଇଥିବା ଏକ ବାଲି ଟ୍ରକ ଛାଡିବାକୁ ସେ 13 ହଜାର ଟଙ୍କା ଲାଂଚ ମାଗିଥିଲେ । ଆଜି ପ୍ରଥମ କିସ୍ତିରେ 10 ହଜାର ଟଙ୍କା ନେବା ବେଳେ ଭିଜିଲାନ୍ସ ବିଭାଗର କର୍ମଚାରୀ ମାନେ ତାଙ୍କୁ ଧରିଥିଲା । ଏ ସମ୍ପର୍କରେ ଏକ ମାମଲା ରୁଜୁ କରାଯାଇ ଏହାର ଜାଂଚ କରାଯାଉଛି ।