
ଭୁବନେଶ୍ୱର, ପୁରୀ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ବନକ ଲାଗି ନୀତି ରେ ବାଧା ସୃଷ୍ଟି କରାଯାଉଥିବାରୁ ଏହାକୁ ନେଇ କଂଗ୍ରେସ ବର୍ଷିଛି । କଂଗ୍ରେସ ନେତା ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର ଏହି ମାମଲାରେ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି, ଇଗୋ କ୍ଳାସ ଯୋଗୁଁ ନଖ ରେ ଛିଣ୍ଡିବା କାର୍ଯ୍ୟ କୁରାଢ଼ୀ ପର୍ଯ୍ୟନ୍ତ ଯାଉଛି ।
ଶ୍ରୀ ଜ୍ଞାନେନ୍ଦ୍ର କହିଛନ୍ତି, ଯିଏ ମନ୍ଦିର ପ୍ରଶାସକ ରଞ୍ଜନ ଦାସ ଅଛନ୍ତି ସେ ଚାହିଁଲେ ବିବାଦରେ ପୂର୍ଣ୍ଣଛେଦ ପଡ଼ି ପାରନ୍ତା।କିନ୍ତୁ ସେ କରିଦେଲେ କାଳେ ମାଇଲେଜ ନେଇଯିବେ ସେଥି ପାଇଁ ଏ ବିବାଦ ବଢ଼ିବାରେ ଲାଗିଛି ।ଗୁରୁବାର ମା ଲକ୍ଷ୍ମୀଙ୍କ ବାରି ତେଣୁ ସେ ଦିନ ଦତ ମହାପାତ୍ର ସେବା କରିବାକୁ ଚାହୁଛନ୍ତି ତ କଣ ପାଇଁ ତାଙ୍କୁ ସହଯୋଗ କରାଯାଉ ନାହିଁ। ସେ କହିଛନ୍ତି ଯେ କଂଗ୍ରେସ ଏହାକୁ ତୀବ୍ର ବିରୋଧ କରୁଛି ଆଗକୁ କରିବ। ଆଉ କାଳ ବିଳମ୍ବ ନ କରି ଚ ନୀତି କରନ୍ତୁ ବୋଲି ସେ ଦାବି କରିଛନ୍ତି ।