
ଭୁବନେଶ୍ୱର, କେନ୍ଦ୍ରାପଡାରେ ପୁଣି କୁମ୍ଭୀର ଆତଙ୍କ ଦେଖା ଦେଇଛି । ଗତକାଲି ରାତିରେ ପଟ୍ଟାମୁଣ୍ଡାଇ କୁଳସାହି ଗ୍ରାମର ଅମୁଲ୍ୟ ଦାସ ଶୌଚ ହେବାକୁ ଯାଇଥିବା ବେଳେ କୁମ୍ଭୀର ଟାଣିନେଇଥିବାବେଳେ ବର୍ତ୍ତମାନ ପର୍ଯ୍ୟନ୍ତ ଅମୂଲ୍ୟ ଙ୍କ ପତ୍ତା ମିଳିନାହିଁ। ଅଗ୍ନିଶମ ବାହିନୀ ଓ ସ୍ଥାନୀୟ ଲୋକଙ୍କ ଦ୍ୱାରା ଖୋଜାଖୋଜି ଜାରି ରହିଛି ।