ସୁବର୍ଣ୍ଣପୁର, ସୁବର୍ଣ୍ଣପୁର ଜ଼ିଲ୍ଲା ନିୟୋଜନ କାର୍ଯ୍ୟଳୟ ର ମିଳିତ ସହଯୋଗରେ ରିଜ଼ିଓନାଲ ଟ୍ରେନିଂ ଏକାଡେମି ଏସଆଇଏସ ଲିମିଟେଡ଼ ; କଟକ ପକ୍ଷରୁ ଜ଼ିଲ୍ଲାର ଶିକ୍ଷିତ ଯୁବକ ମାନଙ୍କୁ ରୋଜ଼ାଗାର ଉପଲବ୍ଧ କରାଇବା ସକାଶେ ସୁରକ୍ଷା କ୍ଷେତ୍ରରେ ନିଯୁକ୍ତି ପାଇଁ ଆସନ୍ତା ୧ ଅଗଷ୍ଟରୁ ୭ ଅଗଷ୍ଟ ପର୍ଯ୍ୟନ୍ତ ସମସ୍ତ ୬ ଟି ବ୍ଲକ କାର୍ଯ୍ୟାଳୟ ଠାରେ ଚୟନ ଓ ପଞ୍ଜିକରଣ ଶିବିର ଅନୁଷ୍ଠିତ ହେବ।
ଏହି ପରିପ୍ରେକ୍ଷୀରେ ଉକ୍ତ ଚୟନ ଶିବିର ଆସନ୍ତା ୧ ତାରିଖ ଡୁଙ୍ଗୁରିପାଲି ବ୍ଲକ ଅଫିସ୍, ୨ ତାରିଖରେ ବିନିକା ବ୍ଲକ ଅଫିସ୍, ୩ ତାରିଖ ଉଲୁଣ୍ଡା ବ୍ଲକ ଅଫିସ୍, ୪ ତାରିଖରେ ଵୀରମହାରାଜପୁର ବ୍ଲକ ଅଫିସ, ୫ ତାରିଖରେ ବ୍ଲକ ଅଫିସ୍ ଓ ୭ ତାରିଖରେ ସୋନପୁର ବ୍ଲକ ଅଫିସ ପରିସରରେ ଅନୁଷ୍ଠିତ ହେବ। ବ୍ଲକ ଅନ୍ତର୍ଗତ ୨୧ରୁ ୩୬ ବର୍ଷ ବୟସର ଦଶମ ପାସ କରିଥିବା ଇଛୁକ ପ୍ରାର୍ଥୀ ନିଜ ନିଜର ବ୍ଲକ କାର୍ଯ୍ୟାଳୟକୁ ଯାଇ ଉକ୍ତ ଦିନ ଟ.୫୦୦/ ପ୍ରଦାନ ସହ ଉପଯୁକ୍ତ ରସିଦ ଗ୍ରହଣ ପୂର୍ବକ ନିଜର ନାମକୁ ପଞ୍ଜିକରଣ କରି ପାରିବେ। ଇଛୁକ ପ୍ରାର୍ଥୀ ଅଧିକ ସୂଚନା ପାଇଁ ମୋ.ନମ୍ବର 9827121670, 6371255250, 9090624232 ରେ ଆବଶ୍ୟକ ଯୋଗାଯୋଗ କରି ପାରିବେ।