
ମାଲକାନଗିରି, କେନ୍ଦ୍ରୀୟ ବିଦ୍ୟାଳୟ ମାଲକାନଗିରି ଠାରେ ଆଜି ସକାଳ ୧୦ଟାରେ ଜାତୀୟ ଶିକ୍ଷା ନୀତି ୨୦୨୦ ର ତୃତୀୟ ବାର୍ଷିକୀ ପାଳନ ଅବସରରେ କେନ୍ଦ୍ରୀୟ ବିଦ୍ୟାଳୟ ମାଲକାନଗିରିରେ ବିଦ୍ୟାଳୟ ଅଧ୍ୟକ୍ଷଙ୍କ ଅଧ୍ୟକ୍ଷତାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ଇକରାର ଅହମଦ ଜାତୀୟ ଶିକ୍ଷା ନୀତି ୨୦୨୦ ର କାର୍ଯ୍ୟକାରିତା ଓ ଏହାର ସଫଳତା ଉପରେ ସବିଶେଷ ବିବରଣୀ ପ୍ରଦାନ କରିଥିଲେ। କେନ୍ଦ୍ରୀୟ ବିଦ୍ୟାଳୟରେ ଏହାର ପରିଚାଳନା କିପରି ଭାବରେ ସୁଚାରୁ ରୂପେ କରାଯାଉଅଛି ଏହା ଉପରେ ଆଲୋକପାତ କରିବାସହ ଶ୍ରୀ ଅହମଦ ଆହୁରି ଶିକ୍ଷାନୀତିର ବିଭିନ୍ନ ଦିଗ ଯଥା ନାମଲେଖା ବୟସ ପରିବର୍ତନ, ନିପୁଣ ଭାରତ, ବାଳ ବାଟିକାର ଆରମ୍ଭ, ବିଦ୍ୟା ପ୍ରବେଶ, ଜାତୀୟ ପାଠ୍ୟକ୍ରମ ରୂପରେଖା, କୌଶଳ ବିକାଶ, ହିତାଧାରୀ ରୂପେ ଅଭିଭାବକ, ଶିକ୍ଷକଙ୍କ ପ୍ରଶିକ୍ଷଣ ଓ ବିଦ୍ୟାଞ୍ଜଳି ପୋର୍ଟାଲ ଉପରେ ଗୁରୁତ୍ଵ ପ୍ରଦାନ କରିଥିଲେ। ଏହି ଅବସରରେ ଜିଲ୍ଲାର ସାମ୍ବାଦିକ ମାନେ ଉପସ୍ଥିତ ଥିଲେ।
ଆସନ୍ତା କାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦ୍ଵିତୀୟ ଅଖିଳ ଭାରତୀୟ ଶିକ୍ଷା ସମାଗମର ଉଦ୍ଘାଟନ କରିବେ। ଏହି ଦୁଇ ଦିନିଆ କାର୍ଯ୍ୟକ୍ରମ କେନ୍ଦ୍ରୀୟ ଶିକ୍ଷା ମନ୍ତ୍ରାଳୟ ଓ କେନ୍ଦ୍ରୀୟ କୌଶଳ ବିକାଶ ଓ ଉଦ୍ୟମଶିଳତା ମନ୍ତ୍ରାଳୟ ଦ୍ଵାରା ଆୟୋଜିତ ହେବାକୁ ଯାଉଅଛି।
ଜାତୀୟ ଶିକ୍ଷା ନୀତି ୨୦୨୦ ର ତୃତୀୟ ବାର୍ଷିକୀ ପାଳନ ଅବସରରେ କେନ୍ଦ୍ରୀୟ ବିଦ୍ୟାଳୟ ମାଲକାନଗିରିରେ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାକୁ ଯାଉଅଛି। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଶିକ୍ଷା ଅଧିକାରୀ, ନବୋଦୟ ବିଦ୍ୟାଳୟର ଅଧ୍ୟକ୍ଷ, ବିଭିନ୍ନ ଶିକ୍ଷାନୁଷ୍ଠାନର ଅଧ୍ୟକ୍ଷ, ବିଦ୍ୟାଳୟର ଶିକ୍ଷକ, ଅଭିଭାବକ ଓ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ଅଂଶଗ୍ରହଣ କରିବେ।