ନୂଆପଡ଼ା, ନୂଆପଡ଼ା ଜିଲ୍ଲାରେ ଚଳିତ ବର୍ଷ ସ୍ବାଭାବିକରୁ ବହୁତ କମ ବର୍ଷା ହେବାର ରେକର୍ଡ ରହିଅଛି। ଜିଲ୍ଲାରେ ଜୁନ ମାସରେ ୨୧୦ ମିଲି ମିଟର ବୃଷ୍ଟିପାତ ହେବାର ରେକର୍ଡ ରହିଥିବା ବେଳେ ୫୦ ପ୍ରତିଶତ ବୃଷ୍ଟିପାତ କମ ହୋଇଅଛି। ଜୁନ ମାସରେ ସର୍ବ ନିମ୍ନ ଖଡିଆଳରେ ୫୪ ଏମ.ଏମ., ସିନାପାଲି ୫୨ ଏମ.ଏମ., ବୋଡ଼େନରେ ୧୦୮ ଏମ.ଏମ. ରେକର୍ଡ ହୋଇଛି। କୋମନା ୨୩୮ଏବଂ ନୂଆପଡ଼ା ବ୍ଲକରେ ୧୭୭ ଏମ.ଏମ. ବୃଷ୍ଟିପାତ ହୋଇଅଛି।
ସେହିପରି ଜୁଲାଇ ମାସରେ ଜିଲ୍ଲାରେ ୩୪୭ ଏମ.ଏମ. ସ୍ବାଭାବିକ ବୃଷ୍ଟିପାତ ରେକର୍ଡ ରହିଥିବା ବେଳେ ୨୨ ପ୍ରତିଶତ କମ ବୃଷ୍ଟିପାତ ହୋଇଅଛି। ଜୁଲାଇ ମାସରେ ନୂଆପଡ଼ା ବ୍ଲକ କୁ ବାଦ ଦେଇ ସମସ୍ତ ବ୍ଲକରେ ସ୍ବାଭାବିକରୁ କମ ହୋଇଅଛି। ଖଡ଼ିଆଳରେ ୧୯୯ ଏମ ଏମ, ସିନାପାଲି ବ୍ଲକରେ ୧୯୩, ବୋଡ଼େନ ରେ ୨୮୯, କୋମନାରେ ୩୦୯ ଏବଂ ନୂଆପଡ଼ା ବ୍ଲକରେ ୩୬୪ ଏମ ଏମ ବୃଷ୍ଟିପାତ ରେକର୍ଡ ହୋଇଅଛି। ବୃଷ୍ଟିପାତ କମ ଥିବା କାରଣରୁ ଅଳ୍ପ ବର୍ଷାରେ ମଧ୍ୟ ବର୍ଷା ଜଳ ନିମ୍ନ ଗାମୀ ହୋଇ ଶୋଷି ଯାଉଅଛି। ଜମିରେ ଜଳ ସ୍ତର ନିମ୍ନରେ ରହିଅଛି। ବାଲୁ ସାରିଆ ଜମିରେ ଜଳ ଶୋଷିବା ବ୍ୟାପକ ଦେଖାଯାଉଛି।