ଭୁବନେଶ୍ୱର, ଓଡ଼ିଶା ଷ୍ଟାଫ ସିଲେକସନ୍ କମିଶନ ଦ୍ୱାରା ପରିଚାଳିତ ଜେଇ ସିଭିଲ୍ ମେନ୍ ପରୀକ୍ଷାର ପ୍ରଶ୍ନପତ୍ର ଲିକ୍ ମାମଲାରେ ମାଷ୍ଟର ମାଇଣ୍ଡ କୁ ଗିରଫ କରାଯାଇଛି । ବାଲେଶ୍ୱର ପୁଲିସ ବିହାରରୁ ମାଷ୍ଟର ମାଇଣ୍ଡକୁ ଗିରଫ କରିଛି । ମାଷ୍ଟରମାଇଣ୍ଡ ସମେତ ୭ ଅଭିଯୁକ୍ତ ବିହାରରୁ ଗିରଫ କରିଛି ପୁଲିସ୍ । ଏହି ଘଟଣାରେ ପୂର୍ବରୁ ଦୀଘାରୁ ୯ ଜଣଙ୍କୁ ଗିରଫ କରିଥିଲା ପୁଲିସ୍ । ।
ଉଲ୍ଲେଖନୀୟ ଯେ ଗତ କିଛି ଦିନ ତଳେ ବାଲେଶ୍ୱର ଜିଲ୍ଲା ଜଳେଶ୍ୱରର ଏକ ହୋଟେଲରେ ପ୍ରଶ୍ନପତ୍ର ନେଇ ଡିଲ୍ ଚାଲିଥିବା ବେଳେ ଚଢ଼ାଉ କରିଥିଲା ପୁଲିସ୍।