କେନ୍ଦୁଝର – କେନ୍ଦୁଝର ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ ଚଳିତ ଡିସେମ୍ବର ୨୦ରୁ ୨୪ ପର୍ଯ୍ୟନ୍ତ ଗୋନାସିକା କେନ୍ଦୁଝର ମହୋତ୍ସବ ଓ ଡିସେମ୍ବର ୨୦ରୁ ୨୬ ପର୍ଯ୍ୟନ୍ତ ଜାତୀୟସ୍ତରୀୟ ପଲ୍ଲିଶ୍ରୀ ମେଳା କାଳୀପଡିଆଠାରେ ଆୟୋଜନ ନିମନ୍ତେ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଂଚିଛି । ଏହି ଅବସରରେ ଚଳିତ ଡିସେମ୍ବର ୧୮ ତାରିଖ ବୁଧବାର ଦିନ ଜିଲ୍ଲାପାଳ ଆଶିଷ ଠାକରେଙ୍କ ଅଧ୍ୟକ୍ଷତାରେ ସର୍କିଟ ହାଉସ ଏକ ସାମ୍ବାଦିକ ସମ୍ମିଳନୀ ଅନୁÂିତ ହୋଇଥିଲା । ଏହି ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲାପାଳ ସୂଚନା ଦେଇ କହିଥିଲେ ଯେ ଗୋନାସିକା କେନ୍ଦୁଝର ମହୋତ୍ସବ ଅବସରରେ ଜାତୀୟସ୍ତରୀୟ ପଲ୍ଲିଶ୍ରୀ ମେଳା, ଖାଦ୍ୟମେଳା ଏବଂ ପୁସ୍ତକମେଳାର ଆୟୋଜନ କରାଯାଇଛି । କେନ୍ଦୁଝର ଜିଲ୍ଲାର କଳା, ସଂସ୍କୃତି, ଐତିହ୍ୟ, ପରଂପରା, ଗ୍ରାମୀଣ ଶିଳ୍ପକଳାର ପ୍ରଚାର, ପ୍ରସାର, ବିକାଶ ସହିତ ଶିଳ୍ପୀ, କଳାକାରମାନଙ୍କୁ ଉତ୍ସାହିତ କରିବା ଉଦେ୍ଧଶ୍ୟ ନେଇ ଗୋନାସିକା କେନ୍ଦୁଝର ମହୋତ୍ସବ ଓ ଜାତୀୟସ୍ତରୀୟ ପଲ୍ଲିଶ୍ରୀ ମେଳା ଆୟୋଜନ କରାଯାଇଛି । ମିଳିଥିବା ସୂଚନା ଅନୁଯାଇ ପଲ୍ଲିଶ୍ରୀ ମେଳାରେ ରାଜ୍ୟର ୨୩ଟି ଜିଲ୍ଲାର ତଥା ଭାରତର ୧୩ଟି ରାଜ୍ୟ ଯଥା କର୍ଣ୍ଣାଟକ, ଉତରପ୍ରଦେଶ, ରାଜସ୍ଥାନ, ବିହାର, ପଞ୍ଜାବ, ଜାମ୍ମୁ ଓ କାଶ୍ମୀର, ଗୁଜରାଟ, ମହାରାଷ୍ଟ୍ର, ଦିଲ୍ଲୀ, ପଶ୍ଚିମବଙ୍ଗ, ତେଲେଙ୍ଗାନା, ଆସାମ ତଥା ମଧ୍ୟପ୍ରଦେଶ ଆଦି ରାଜ୍ୟର ସ୍ୱୟଂ ସହାୟକ ଗୋÂୀ, ଶିଳ୍ପୀ, କାରିଗର ଅଂଶଗ୍ରହଣ କରିବେ ଓ ସେମାନଙ୍କ ଦ୍ୱାରା ଉପôାଦିତ ସାମଗ୍ରୀ/ ଦ୍ରବ୍ୟ ପ୍ରଦର୍ଶିତ ହେବା ସହିତ ବିକ୍ରୟ ହେବ । ଯାହାକି ସେମାନଙ୍କର ଆର୍ଥୀକ ଅଭିବୃଦ୍ଧିରେ ସହାୟକ ହେବ ବୋଲି ଜିଲ୍ଲାପାଳ ପ୍ରକାଶ କରିଛନ୍ତି । ଏତଦ୍ବ୍ୟତୀତ ମେଗା ସାଂସ୍କୃତିକ କାର୍ଯ୍ୟକ୍ରମରେ ସ୍ଥାନୀୟ କଳାକାର, ଜିଲ୍ଲାର ବିଭିନ୍ନ ଅଂଚଳର ଲୋକକଳା ନୃତ୍ୟଦଳ ସାଙ୍ଗକୁ ରାଜ୍ୟର ବିଭିନ୍ନ ଜିଲ୍ଲାର ସୁନାମଧନ୍ୟ ଲୋକକଳା ନୃତ୍ୟଦଳ ଅଂଶଗ୍ରହଣ କରିବେ । ଏତଦ୍ବ୍ୟତୀତ ଆନ୍ଧ୍ରପ୍ରଦେଶ, ପଶ୍ଚିମବଙ୍ଗ ଆଦି ରାଜ୍ୟର ଲୋକକଳା ଦଳ ଅଂଶଗ୍ରହଣ କରିବେ । ଏହା କେନ୍ଦୁଝର ତଥା ଓଡିଶା ସଂସ୍କୃତିକୁ ଋଦ୍ଧିମନ୍ତ କରିବା ସହିତ ସଦ୍ଭାବନା, ଭାଇଚାରା, ମୈତ୍ରୀ ଓ ଶାନ୍ତି ପ୍ରତିÂା ଦିଗରେ ପ୍ରେରଣା ଯୋଗାଇବ ବୋଲି ଜିଲ୍ଲାପାଳ ପ୍ରକାଶ କରିଛନ୍ତି । ସୂଚନାଯୋଗ୍ୟ ଯେ ମେଗା ସାଂସ୍କୃତିକ କାର୍ଯ୍ୟକ୍ରମରେ ସ୍ଥାନୀୟ, ସାଂସ୍କୃତିକ ଅନୁÂାନ ସହିତ ଜିଲ୍ଲାରେ ବିଭିନ୍ନ ଅଂଚଳର ଲୋକନୃତ୍ୟ ଦଳ ଯଥା ଚାଙ୍ଗୁନୃତ୍ୟ, ସାନ୍ତାଳି ନୃତ୍ୟ, ମୁଣ୍ଡା ନୃତ୍ୟ, ଝୁମର ନୃତ୍ୟ, ଛଉ ନୃତ୍ୟ, କଣ୍ଢେଇ ନୃତ୍ୟ ଦଳ ଅଂଶ ଗ୍ରହଣ କରିବେ । ପ୍ରତିଦିନ ଜିଲ୍ଲାର ବିଭିନ୍ନ ସାଂସ୍କୃତିକ ଅନୁÂାନ ଓ ଲୋକକଳା ନୃତ୍ୟଦଳ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହେବ । ଏତଦ୍ବ୍ୟତୀତ ଡିସେମ୍ବର ୨୦ ତାରିଖ ସନ୍ଧ୍ୟାରେ ସୁଜାତା ମହାପାତ୍ରଙ୍କ ଓଡିଶୀ ନୃତ୍ୟଦଳ (କଟକ), ସିଂହମ (ବାଙ୍କୀ), ରଙ୍ଗଫରୁଆ (ସମ୍ବଲପୁର), ଡିସେମ୍ବର ୨୧ ତାରିଖ ସନ୍ଧ୍ୟାରେ ଗୋଟିପୁଅ (ପୁରୀ), ବୀଣାକେଶରୀ ନୃତ୍ୟ ମଞରୀ (ପିପିଲି), କୁଚିପଡି(ଆନ୍ଧ୍ରପ୍ରଦେଶ), ହୃଷିକେଶ ଓ ସାଥୀ (ଗଡ୍ବଡ୍ କମେଡି)ଙ୍କ ଦ୍ୱାରା ହାସ୍ୟରସ କାର୍ଯ୍ୟକ୍ରମ, ରେଡିଓ ଚକଲେଟ ଡ୍ରାମା (ଭୁବନେଶ୍ୱର), ଡିସେମ୍ବର ୨୨ ତାରିଖରେ ମାଲଖମ୍ବ (ପୁରୀ), ଜିଲ୍ଲା ସଂସ୍କୃତି ପରିଷଦ ଗଜପତି ପ୍ରାୟୋଜିତ ଦଳ, ଡଃ କୁଳାଙ୍ଗାର ଓ ସାଥୀଙ୍କ ଦ୍ୱାରା ବ୍ୟଙ୍ଗ କବିତା ଆସର, ଭାରତ ନାଟ୍ୟମ (ଆନ୍ଧ୍ରପ୍ରଦେଶ), ଆଲୋକ ପଣ୍ଡାଙ୍କ ସମ୍ବଲପୁରୀ ଲୋକନୃତ୍ୟ ଦଳ, ଡିସେମ୍ବର ୨୩ ତାରିଖରେ ସଂସ୍କୃତି ବିଭାଗ ପ୍ରାୟୋଜିତ ଚିରସୋ୍ରତା ଖୁଂଟିଆଙ୍କ ନୃତ୍ୟ ଦଳ, ମାଧୁରିମା ବସୁ, ତାରିକ ଅଜିତ ଏବଂ ସାଥୀଙ୍କ ଦ୍ୱାରା ସଂଗୀତ ଆସର, ଡିସେମ୍ବର ୨୪ ତାରିଖରେ ରୁଦ୍ରାକ୍ଷ (ଭୁବନେଶ୍ୱର), କୋଶଳ ନୃତ୍ୟ ଏକାଡେମୀ (ବଲାଙ୍ଗୀର) ଏବଂ ସତ୍ୟଜିତ, ଅନ୍ତରା ଚକ୍ରବର୍ତୀ, ଟି.ସୌରୀ ଏବଂ ସାଥୀଙ୍କ ଦ୍ୱାରା ସଂଗୀତ ଆସର ହେବାର କାର୍ଯ୍ୟକ୍ରମ ପ୍ରସ୍ତୁତ କରାଯାଇଛି । ଡିସେମ୍ବର ୨୦ ତାରିଖ ସନ୍ଧ୍ୟା ୬ ଘଟିକା ସମୟରେ କାଳୀପଡିଆଠାରେ ଉଦ୍ଘାଟନୀ ସମାରୋହ ଓ ଡିସେମ୍ବର ୨୪ ତାରିଖ ସନ୍ଧ୍ୟା ଘ ୬.୩୦ ମି ସମୟରେ ଉଦ୍ୟାପନୀ ସମାରୋହ ଅନୁÂିତ ହେବ । ଉଦ୍ଘାଟନୀ ସମାରୋହରେ ଓଡିଶାର ଇସ୍ପାତ ଓ ଖଣି, ପୁର୍ତ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ମୁଖ୍ୟ ଅତିଥି ଭାବେ, ସମ୍ମାନନୀୟ ଅତିଥି ଭାବେ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ପ୍ରେମାନନ୍ଦ ନାୟକ ଏବଂ ଜିଲ୍ଲାର ସାଂସଦ, ବିଧାୟକ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଉଦ୍ୟାପନୀ ସମାରୋହରେ ମୁଖ୍ୟ ଅତିଥି ଭାବେ ଓଡିଶାର ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ପ୍ରେମାନନ୍ଦ ନାୟକ, ସମ୍ମାନନୀୟ ଅତିଥି ଭାବେ ଜିଲ୍ଲାର ସାଂସଦ, ବିଧାୟକ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ବିଭିନ୍ନ ଦିବସମାନଙ୍କରେ ଅନ୍ୟ ଅତିଥିବୃନ୍ଦ ଯୋଗଦେବାର କାର୍ଯ୍ୟକ୍ରମ ମଧ୍ୟ ଚୂଡାନ୍ତ ହୋଇଛି । ମହୋତ୍ସବର ସଫଳତା ପାଇଁ ଜିଲ୍ଲାପାଳ ଶ୍ରୀ ଠାକରେ ଜିଲ୍ଲାବାସୀଙ୍କର ସକ୍ରିୟ ସହଯୋଗ କାମନା କରିଛନ୍ତି । ଏତଦ୍ବ୍ୟତୀତ ଗୋନାସିକା-କେନ୍ଦୁଝର ମହୋତ୍ସବ ଓ ଜାତୀୟସ୍ତରୀୟ ପଲ୍ଲିଶ୍ରୀ ମେଳାର ପ୍ରଚାର, ପ୍ରସାର ନିମନ୍ତେ ଜିଲ୍ଲାପାଳ ଗଣମାଧ୍ୟମର ସକ୍ରିୟ ସହଯୋଗ କାମନା କରିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ଡଃ ଭକ୍ତଚରଣ ପ୍ରଧାନ,ପି.ଏ.ଆଇ.ଟି.ଡିଏ. ନାରାୟଣ ମୁର୍ମୁ, ଓରମାସ୍ର ଯୁଗ୍ମ ମୁଖ୍ୟ କାର୍ଯ୍ୟ ନିର୍ବାହୀ ସପନ ଗୋସ୍ୱାମୀ, ଜିଲ୍ଲା ସଂସ୍କୃତି ଅଧିକାରୀ ନଳିନୀକାନ୍ତ ସାହୁ, ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ସଂଜୀବ ବାରିକ ଏବଂ ଗଣମାଧ୍ୟମର ପ୍ରତିନିଧି ପ୍ରମୁଖ ଉପସ୍ଥିତ ଥିଲେ ।
Related Stories
December 23, 2024