
ଧର୍ମଶାଳା, ଯାଜପୁର ଜିଲାର ବିଭିନ୍ନ ଅଂଚଳରେ ମଠ ମନ୍ଦିରରେ ଚୋରି ସଂଖ୍ୟା ବୃଦ୍ଧି ପାଉଛି । ଏ ଦିଗରେ ପୋଲିସ ଦୃବୃତଙ୍କ କୌଣସି ଟେର ପାଇପାରୁ ନାହିଁ । ଯାଜପୁର ଜିଲା ବଡଚଣା ଥାନା ଅନ୍ତର୍ଗତ ଧାନମଣ୍ଡଳସ୍ଥିତ ହନୁମାନ ମନ୍ଦିର ଓ ମା’ମଙ୍ଗଳା ମନ୍ଦିରରୁ ଲକ୍ଷାଧିକ ଟଙ୍କାର ଅଳଙ୍କାର ସହ ମନ୍ଦିର ହୁଣ୍ଡି ଚୋରି ହୋଇଯାଇଥିବା ଜଣାପଡିଛି । ଯାହାକୁ ନେଇ ଭକ୍ତ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି । ଆଜି ମନ୍ଦିର ପୂଜକ ପୂଜା କରିବା ପାଇଁ ଆସିଥିବା ସମୟରେ ମନ୍ଦିରରୁ ଚୋରି ହୋଇଥିବା ଜାଣି ଗ୍ରାମବାସୀଙ୍କୁ ଜଣାଇଥିଲେ । ଘଟଣାସ୍ଥଳରେ ଗ୍ରାମବାସୀ ମନ୍ଦିର ନିକଟରେ ପଂହଚି ଥିଲେ । ଗହଣା,ମୁକୁଟ,ପିତଳ ଗଦା,ଅନ୍ୟାନ୍ୟ ବ୍ୟବହୃତ ସାମଗ୍ରୀ ସହ ମନ୍ଦିରର ହୁଣ୍ଡିକୁ ଦୃବୃତମାନେ ନେଇ ଯାଇଥିବା ଜାଣିବାକୁ ପାଇଥିଲେ । ଏହି ଘଟଣାକୁ ନେଇ ଗ୍ରାମବାସୀ ସ୍ଥାନୀୟ ଧାନମଣ୍ଡଳ ଫାଣ୍ଡିରେ ଅଭିଯୋଗ କରିଥିଲେ । ଅଭିଯୋଗ ପାଇ ପୁଲିସ ଘଟଣାସ୍ଥଳରେ ପଂହଚି ତଦନ୍ତ ଚଳାଇଛି । ସୂଚନା ଥାଉକି,କିଛି ଦିନ ପୂର୍ବେ ଏହି ମନ୍ଦିରରୁ କେହି ଦୃବୃତ ସମସ୍ତ ଅଳଙ୍କାର ଚୋରି କରି ନେଇ ଯାଇଥିଲେ । ହେଲେ ପୁଲିସ ଦୃବୃତଙ୍କୁ ଠାବ କରିବାରେ ବିଫଳ ହୋଇଥିଲା । ଫଳରେ ପୁଣି ଏଭଳି ଚୋରି ଘଟଣାକୁ ନେଇ ସ୍ଥାନୀୟ ଅଂଚଳରେ ଭକ୍ତ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି ।