ଧର୍ମଶାଳା, ଭାରତୀୟ ରେଳପଥରେ ଦିନକୁ ଦିନ ନୂଆ ନୁଆ ଘଟଣା ଦେଖିବାକୁ ମିଳୁଛି । ବିପଦ ଉପରେ ବିପଦ । ସବୁ ବେଳେ ସମସ୍ୟା ଲାଗି ରହିଛି । ଆଜି ପୁଣି ଏକ ଅଘଟଣ ଦେଖିବାକୁ ମିଳିଛି । ମାଲବାହୀ ଟ୍ରେନରୁ ହଠାତ ଇଞ୍ଜିନ ଅଲଗା ହୋଇଯାଇଥିବା ଜଣାପଡିଛି । ଏଭଳି ଘଟଣା ଘଟିଛି ଯାଜପୁର ଜିଲା ହରିଦାସପୁର-ପାରାଦ୍ୱୀପ ରେଲଲାଇନ ପତରାଜପୁର ନିକଟରେ । ସକାକୁ ସକାଳୁ ହରିଦାସପୁର ଅଭିମୁଖେ ଯାଉଥିବା ସମୟରେ ୨୪୦୩୮/୨୪୦୪୩ ଇଞ୍ଜିନ ମାଲବାହୀ ଟ୍ରେନରୁ ପତରାଜପୁର ନିକଟରେ ହଠାତ ଇଞ୍ଜିନ ଅଲଗା ହୋଇଯାଇଥିଲା । କିଛି ସମୟରେ ପରେ ରେଳ କତୃପକ୍ଷ ଘଟଣାସ୍ଥଳରେ ପଂହଚି ଇଞ୍ଜିନ ଲଗାଇବାରୁ ଟ୍ରେନଟି ନିଜ ଗନ୍ତବ୍ୟ ସ୍ଥଳ ଅଭିମୁଖେ ଯାଇଥିଲା । ପରେ ବିଭାଗୀୟ କତୃପକ୍ଷ ଏ ଦିଗରେ ତଦନ୍ତ ଆରମ୍ଭ କରିଥିଲା । ଇଞ୍ଜିନ ଅଲଗା ହେବା ସମୟରେ କୌଣସି ଅଘଟଣ ଘଟି ନ ଥିବା ଜଣାପଡିଛି । ତେବେ ଟ୍ରେନମାନଙ୍କରେ ଦିନକୁ ଦିନ ଏଭଳି ଘଟଣାମାନ ଘଟୁଥିବା ବେଳେ ରେଳବାହୀ କତୃପକ୍ଷ ସେ ଭଳି କିଛି ପଦକ୍ଷେପ ନେଇପାରୁ ନାହିଁ । ଏ ଦିଗରେ ରେଳକତୃ ପକ୍ଷ ସଜାଗ ହେବାର ଆବ୍ୟକତା ରହିଛି ବୋଲି ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି ।
Related Stories
November 22, 2024