
ବଲାଙ୍ଗିର,କଲିକତା ରେ ହେବାକୁ ଥିବା ୭ମ ତମ ଆନ୍ତର୍ଜାତୀୟ କରାଟେ ଚମ୍ପିୟାନସିଫ୍ ରେ ବଲାଙ୍ଗିର ଜିଲ୍ଲାର ଗାନ୍ଧୀ ଷ୍ଟଡିୟମରେ ଥିବା ବଲାଙ୍ଗିର କରାଟେ ସ୍କୁଲର ୧୦ ଜଣ କରାଟେକା ଅଂଶଗ୍ରହଣ କରିବେ । ଏହି ଚମ୍ପିୟାନସିଫ୍ ଚଳିତ ମାସ ୨୯ ଓ ୩୦ ତାରିଖ ନେତାଜୀ ଇନ୍ଡୋର ଷ୍ଟଡିୟମରେ ଅନୁଷ୍ଠିତ ହେବ । ବାଳିକା ବିଭାଗରେ ଆନନ୍ଦିତା ସାହୁ, ହର୍ଷିତା ସିଂହ, ଅନୁଷ୍କା ପଟ୍ଟନାୟକ, ଆୟୁଷି ସିଂ ବାରିକ, ତମନ୍ନା ମେହେର ଓ ଅଭିପ୍ସା ହୋତା । ସେହିପରି ବାଳକ ବିଭାଗରେ ଆୟୁଷ ରଂଜନ ମେହେର, ଲୋକେଶ ବାଗ, ଆଦିତ୍ୟ ସିଂ ବାରିକ ଓ କ୍ରିଷ୍ଣା ନାଏକ ଭାଗ ନେବା ବେଳେ କରାଟେ ସ୍କୁଲର ମୁଖ୍ୟ ପ୍ରଶିକ୍ଷକ ତଥା ସଂପାଦକ ହୃଦୟ ଶବର ଓ ଚନ୍ଦ୍ର ଶେଖର ସେଠ ରେଫରି ର ଦାୟିତ୍ୱ ତୁଳାଇବେ । ଟିମ୍ ମ୍ୟାନେଜର ମନଗୋବିନ୍ଦ ମେହେର ଓ ଟିମ୍ ପ୍ରଶିକ୍ଷକ ପୁରୁଷୋତ୍ତମ ବାଗ ଦଳ ସହିତ ଗତକାଲି କଳିକତା ଯାତ୍ରା କରୁଛନ୍ତି । ଏହି ଚମ୍ପିୟାନସିଫ୍ ପାଇଁ କରାଟେ ସ୍କୁଲର ସଭାପତି ସଚିଦାନନ୍ଦ ବାଗ ଯାଦବ, କୋଷାଧ୍ୟକ୍ଷ ରବି ବେହେରା ଏବଂ ଅଭିଭାବକମାନେ ଅଭିନନ୍ଦନ ଜଣାଇଛନ୍ତି ।