ବଲାଙ୍ଗିର, ବଲାଙ୍ଗିର ଯାଦବ ଭବନ ସଭାଗୃହରେ ସଂସ୍କୃତ ପରିଷଦ ବଲାଙ୍ଗିର ମାସିକ ଅଧିବେଶନ ସମ୍ପାଦକ ତଥା ଆଇନଜୀବି ଜୟରାମ ମିଶ୍ରଙ୍କ ଆହ୍ୱାନ କ୍ରମେ ନିଳମଣି ମିଶ୍ରଙ୍କ ସଭାପତିତ୍ୱରେ ଗତକାଲି ଅନୁଷ୍ଠିତ ହୋଇଛି । ପଣ୍ଡିତ ବ୍ରଜ ବିହାରୀ ତ୍ରିପାଠୀ ଙ୍କ ବେଦ ପଠନ ଓ ମଙ୍ଗଳାଚରଣ ପରେ ମୁଖ୍ୟବକ୍ତା ଧନଞ୍ଜୟ ମିଶ୍ର ସାମୁହିକ ଓଁକାର ଧ୍ୱନି ସହ ଭାଷଣ ଆରମ୍ଭ କରିଥିଲେ । ପୁରୁଷୋତ୍ତମ ମର୍ଯ୍ୟାଦା ପୁରୁଷ ଶ୍ରୀରାମଙ୍କ ଜିବନ ଚରିତ ସହିତ, ଦକ୍ଷ ଯଜ୍ଞ ଉପାଖ୍ୟାନ ବର୍ଣ୍ଣନା କରିଥିଲେ । ପଣ୍ଡିତ ତଥା ଅଧ୍ୟାପକ ଟିକେଶ୍ୱର ଗୁରୁ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇ ସଂସ୍କୃତ ର ବିକାଶ ଓ ପ୍ରସାର ପାଇଁ ପ୍ରଶାସନକୁ ଜଣାଇବା ଉଚିତ ବେଲାି ମତ ରଖିଥିଲେ । ରାଜ କିଶୋର ପଣ୍ଡା ଗତ ଅଧିବେଶନର ବିବରଣୀ ପାଠ ପରେ ସମ୍ପାଦକ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଆଗାମୀ ଅଧିବେଶନ ତା.୩୦.୦୮.୨୦୨୩ ଦିନ ଯାଦବ ଭବନ ରେ ହେବ ଓ ଏହି ଅବସରରେ ସଂସ୍କୃତ ଦିବସ, ବଳରାମ ଜନ୍ମ ତଥା ରକ୍ଷା ବନ୍ଧନ ଉପରେ ଆଲୋଚନା କରାଯିବାର ସୂଚନା ଦିଆଯାଇଛି । ଏହି ଅଧିବେଶନରେ କିଶୋର ମୋହନ ମିଶ୍ର, ସଂକୀର୍ତ୍ତନ ତ୍ରିପାଠୀ, ରଘୁନାଥ ମିଶ୍ର, ବିଶ୍ୱନାଥ ଶତପଥୀ, ଜଗଦୀଶ ପ୍ରସାଦ ନାଥ, ଗିରିଜା ଶଙ୍କର ରଥ, ବନମାଳି ନନ୍ଦ, ପ୍ରସନ୍ନ କୁମାର ମିଶ୍ର ପ୍ରମୁଖ ସଦସ୍ୟ ଉପସ୍ଥିତ ଥିଲେ ।