
ଧର୍ମଶାଳା – ଯାଜପୁର ଜିଲା ରସୁଲପୁର ବ୍ଲକ ବ୍ରହ୍ମବରଦା ଡିଗ୍ରୀ ମହାବିଦ୍ୟାଳୟରେ ବାଳିକା ଆତ୍ମରକ୍ଷା ତାଲିମ ଶିବିର ଉଦଘାଟିତ ହୋଇଯାଇଛି । ଏହି ଡିଗ୍ରୀ ମହାବିଦ୍ୟାଳୟର ଅଧ୍ୟକ୍ଷ ମହେଶ୍ୱର ପାଢୀଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥିଭାବେ ବ୍ରହ୍ମବରଦା ଜୁନିଅର ମହାବିଦ୍ୟାଳୟର ଭାରାପାପ୍ତ ଅଧ୍ୟକ୍ଷ ଡ.ସୁଦର୍ଶନ ପୃଷ୍ଟି,ସମ୍ମାନୀତ ଅତିଥି ବିଜେଡି ଜିଲା ସାଧାରଣ ସମ୍ପାଦକ ପ୍ରଦୀପ ଦାସ,ମୁଖ୍ୟବକ୍ତାଭାବେ ବ୍ରହ୍ମବରଦା ପଂଚାୟତର ପୂର୍ବତନ ସରପଂଚ ବିପିନ ବିହାରୀ ଦେଓ ପ୍ରମୁଖ ଯୋଗ ଦେଇ ସମ୍ପ୍ରତି ସମାଜରେ ଦିନକୁ ଦିନ ନାରୀ ପ୍ରତି ହେଉଥିବା ଅତ୍ୟାଚାର ଚରମ ସୀମାରେ ପଂହଚିଛି । ସେଥିରୁ ବର୍ତିବା ପାଇଁ ରାଜ୍ୟ ସରକାରଙ୍କର ଏହି ଆତ୍ମରକ୍ଷା ଶିବିର ଅନେକ ସମୟରେ ବିପଦରୁ ଉଦ୍ଧାର କରିବ ବୋଲି ସେମାନଙ୍କ ବକ୍ତବ୍ୟରେ ପ୍ରକାଶ କରିଥିଲେ । ଅନ୍ୟ ଅତିଥିମାନଙ୍କ ମଧ୍ୟରେ ବ୍ରହ୍ମବରଦା ସରପଂଚ ବିଜୟ ଦାସ,ପ୍ରାକ୍ତନଶିକ୍ଷାବିତ ଆଲାଉଦ୍ଧିନ ଖାଁ ପ୍ରମୁ୍ଖ ଯୋଗ ଦେଇ ଉକ୍ତ କାର୍ଯ୍ୟକ୍ରମକୁ ଉଚ୍ଚ ପ୍ରଶଂସା କରିଥିଲେ । ଅଧ୍ୟାପକ ସୂର୍ଯ୍ୟକାନ୍ତ ରାଉତ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଅଧ୍ୟାପକ ଅଧ୍ୟାପକ ସୌଭାଗ୍ୟ କୁମାର ସାହୁ,ରଶ୍ମୀକାନ୍ତ ଦାସ,ଶିବପ୍ରସାଦ ସାହୁ,ବିନୟ ରାଉତ,ଧର୍ମେନ୍ଦ୍ର ପ୍ରଧାନ ପ୍ରମୁଖ ଉପସ୍ଥିତ ରହି ଛାତ୍ରୀମାନଙ୍କ ଉତ୍ସାହିତ କରିଥିଲେ । ଏହି ଶିବିରରେ ପ୍ରଶିକ୍ଷାର୍ଥୀଭାବେ ଜ୍ୟୋତ୍ସ୍ନା ନନ୍ଦ ଓ ଯମୁନା ସାହୁ ଯୋଗଦେଇ ଛାତ୍ରୀମାନଙ୍କୁ କୌଶଳ ଉପରେ ତାଲିମ ପ୍ରଦାନ କରିଥିଲେ । ଶେଷରେ ଏହି ତାଲିମ ଶିବିରର ସଂଯୋଜକ ବିବେକାନନ୍ଦ ଜେନା ଧନ୍ୟବାଦ ଅର୍ପଣ କରିଥିଲେ ।