କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ,
ପୁରୀ,ଗୁଣାତ୍ମକ ମାନର ସ୍ୱାସ୍ଥ୍ୟସେବା ପ୍ରଦାନ କ୍ଷେତ୍ର ରେ ଦୋଳବେଦୀକୋଣ ସହରାଞ୍ଚଳ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର, ପୁରୀ ଜିଲ୍ଲା ର ସର୍ବପ୍ରଥମ ଡାକ୍ତରଖାନା ଭାବରେ ଜାତୀୟ ସ୍ତର ରେ ମାନ୍ୟତା ପ୍ରାପ୍ତ ହୋଇଛି |ଗତ ଜୁନ ମାସ ୨୩ ଓ ୨୪ ତାରିଖ ରେ ଜାତୀୟ ସ୍ତର ର ସ୍ବୀକୃତି ପ୍ରାପ୍ତ ପର୍ଯ୍ୟବେକ୍ଷକ ଡାକ୍ତର ଅୟନ ରୟ ଓ ଡାକ୍ତର ଅକୁଲା ମହେଶ୍ବର ରାଓ ଙ୍କ ଦ୍ବାରା ଡାକ୍ତରଖାନା ର ସମସ୍ତ ୧୨ ବିଭାଗ କୁ ବିଭିନ୍ନ ପଦ୍ଧତି ମାଧ୍ୟମରେ ପୁଂଖାନୁପୁଙ୍ଖ ଭାବେ ସମୀକ୍ଷା କରାଯାଇଥିଲା | ଏଥିରେ ସ୍ବାସ୍ଥ୍ୟ କେନ୍ଦ୍ର କୁ ମୋଟ ୮୫.୮୦ ପ୍ରତିଶତ ମାର୍କ ମିଳିଥିଲା |ଉକ୍ତ ସଫଳତା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନ ସ୍ବାସ୍ଥ୍ୟ ଅଧିକାରୀ ଡାକ୍ତର ସୁଜାତା ମିଶ୍ର, ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ର ଡାକ୍ତର ସୁନୀଲ ତରାଇ, ଡାକ୍ତର ସୁଶ୍ରୀ ମହାନ୍ତି, ଡାକ୍ତର ଜିତେନ୍ଦ୍ର ମହାନ୍ତି ଙ୍କ ସହିତ ସବୁ କର୍ମଚାରୀ ଓ ଜିଲ୍ଲା ସ୍ତରୀୟ ସମସ୍ତ କର୍ମଚାରୀ ମାନଙ୍କୁ ସାଧୁବାଦ ଓ ଅଭିନନ୍ଦନ ଜଣାଇଥିଲେ | ଭାରତ ସରକାର ଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ତରଫ ରୁ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ମାଧ୍ୟମରେ ଏହାର ଫଳାଫଳ ଘୋଷଣା କରାଯାଇଥିଲା |ଏନ.କ୍ୟୁ.ଏ.ଏସ ର ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମ କୁ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ତରଫରୁ ଡାକ୍ତର ବିରଜା ଶଙ୍କର ରଥ, ଡ଼.ପି. ଏମ -ଟି ନାରାୟଣ ରାଓ, ଏ.ପି.ଏମ -ସନ୍ତୋଷ ମିଶ୍ର, କ୍ବାଲିଟି ମ୍ୟାନେଜେର-କସ୍ତୁରୀ ପ୍ରିୟମ୍ବଦା, ପି.ଏଚ.ଏମ ରଞ୍ଜୀତ ସ୍ବାଇଁ ସମ୍ପୂର୍ଣ୍ଣ ତଦାରଖ କରିଥିଲେ |
Related Stories
November 24, 2024
November 24, 2024