କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ,
ପୁରୀ,ମଣିପୁର ଲଜ୍ୟା –ଜାତୀୟ ଲଜ୍ୟା ପାଲଟିଛି |ସାମ୍ବିଧାନିକ ଗଣତନ୍ତ୍ର ଆଜି ବିପଦ ରେ ବୋଲି ଜଣାପଡୁଛି |ସାରା ମଣିପୁର ବର୍ତ୍ତମାନ ଜାତିଗତ ଦଙ୍ଗା ରେ ଜଳୁଛି |କୁକୀ ଜାତିର ଆଦିବାସୀ ମହିଳାଙ୍କୁ ପୋଲିସ ଉପସ୍ଥିତ ରେ ଉଲଗ୍ନ କରି ରାସ୍ତାରେ ଶୋଭାଯାତ୍ରା ରେ ନେଵା ବେଳେ ସେମାନଙ୍କ ପ୍ରତି ହୋଇଥବା ଆଚରଣ ଅମାନବୀୟ ଓ ନିନ୍ଦନୀୟ| ବିଜେପି ସରକାର ନିଜର କୁସ୍ଚିତ ରାଜନୈତିକ ଫାଇଦା ପାଇଁ କୁକୀ ଓ ମୈତେଇ ସମ୍ପ୍ରଦାୟ ମଧ୍ୟରେ ଜାତିଗତ ଦଙ୍ଗା କୁ ପ୍ରୋତ୍ସାହନ ଦେଉଛନ୍ତି ବୋଲି ସି ଆଇ ଟି ୟୁ ପୁରୀ ଜିଲ୍ଲା କମିଟି ମତବ୍ୟକ୍ତ କରିଛି | ସି ଆଇ ଟି ୟୁ ର ମଣିପୁର ଘଟଣା ର ଦେଶବ୍ୟାପୀ ପ୍ରତିବାଦ ପରିପ୍ରେକ୍ଷୀରେ ଜିଲ୍ଲା ପାଳ ଅଫିସ ଆଗରେ ବିକ୍ଷୋଭ ପ୍ରତିବାଦ ରେ ସି ଆଇ ଟି ୟୁ ଜିଲ୍ଲା ସମ୍ପାଦକ ଶରତ କୁମାର ରାୟଗୁରୁ କହିଲେ ଯେ ମଣିପୁର ହିଂସା ବିଜେପି ପ୍ରାୟୋଜିତ | ଆଦିବାସୀ ମହିଳାଙ୍କ ଆତ୍ମ ସମ୍ମାନ, ସଂସ୍କୃତି କୁ ହିଂସା ର ଉପକରଣ ଭାବେ ବ୍ୟବହାର କରିବା ସାମ୍ବିଧାନିକ ବ୍ୟବସ୍ଥା ର ପରିପନ୍ଥୀ |ଅପରାଧୀ ମାନଙ୍କୁ ପୋଲିସ ଓ ପ୍ରଶାସନ ଘଣ୍ଟ ଘୋଡାଉଛି |ଆଇନି ଶୃଙ୍ଖଳା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ |ମାନବିକତାଓ ସଭ୍ୟତା ପାଇଁ ଏହା କଳଙ୍କ ଓ140କୋଟି ଲୋକଙ୍କ ପାଇଁ ଏହା ଜାତୀୟ ଲଜ୍ୟା |ତେଣୁ ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀ ତିନି ମାସ ଧରି ଦଙ୍ଗା ଓ ହିଂସା ପାଇଁ ନୈତିକ ଭାବେ ଇସ୍ତଫା ଦେବା ଓ ସର୍ବୋଚ୍ଚ ନ୍ୟାୟାଳୟ ଙ୍କ ତତ୍ୱାବଧାନ ରେ ଏକ ସ୍ୱତନ୍ତ୍ର ଅନୁସନ୍ଧାନକାରି ଦଳ ଗଠନ କରାଯାଇ କାର୍ଯ୍ୟାନୁଷ୍ଠାନ ପାଇଁ ଦାବୀ କରିଥିଲେ |ରାଷ୍ଟ୍ରପତି ନିଜର ସାମ୍ବିଧାନିକ କ୍ଷମତା ପ୍ରୟୋଗ କରିବାକୁ ଜିଲ୍ଲା ପାଳ ଙ୍କ ମାଧ୍ୟମରେ ରାଷ୍ଟ୍ରପତି ଙ୍କୁ ଦାବିପତ୍ର ଦିଆଯାଇଛି | ଏଥିରେ ମନୋରଞ୍ଜନ ମହାରଣା, ଟୁନା ନାୟକ, ଦେବାଶିଷ ସାମଲ, ବିଭୁତି ରାଉତରାୟ, ଦୀନବନ୍ଧୁ ପ୍ରଧାନ, ରବି ପ୍ରଧାନ,ଦେବ ସାହୁ,ବାହାନ ପରିଡା,ହିମାଂଶୁ ଜେନା, ପବିତ୍ର ଓଝା, ଭରତ ଭୋଇ, ସୁଶାନ୍ତ ମହାରଣା ପ୍ରମୁଖ ବକ୍ତ୍ୟବ୍ୟ ରଖିଥିଲେ |
Related Stories
November 23, 2024
November 23, 2024