ଭୁବନେଶ୍ୱର, ଓଡିଶା ଗସ୍ତର ଦ୍ୱିତୀୟ ଦିନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କଟକ ଚଣ୍ଡୀମନ୍ଦିରରେ ପହଞ୍ଚିଥିଲେ । ସେ ସଡ଼କ ପଥରେ ଯାଇ କଟକରେ ପହଂଚିଲେ । ସ୍ୱତନ୍ତ୍ର କାରକେଡର ସହ ରାଷ୍ଟ୍ରପତି କଟକ ଆସିଥି ପ୍ରଥମେ କଟକ ଚଣ୍ଡୀମନ୍ଦିର ପହଞ୍ଚି ମା ଚଣ୍ଡୀଙ୍କୁ ଦର୍ଶନ କରିଛନ୍ତି।
ସେ ମନ୍ଦିର ଦର୍ଶନ କରିବା ବେଳେ ମନ୍ଦିର ପରିବେଶ ହୁଳୁହୁଳିରେ କମ୍ପିଉଠି ଥିଲା । ରାଷ୍ଟ୍ରପତିଙ୍କ ସହ ରାଜ୍ୟପାଳ ପ୍ରଫେସର୍ ଗଣେଶୀ ଲାଲ୍ ମଧ୍ୟ ମାଙ୍କ ଦର୍ଶନ କରିଥିଲେ ।
ନ୍ଦିରର ମୁଖ୍ୟ ପୂଜକ ମନୋଜ ପଣ୍ଡା ଉଭୟଙ୍କୁ ମନ୍ଦିରର ନୀତିକାନ୍ତି ସଂପର୍କରେ ସବିଶେଷ ସୂଚନା ସଦଇଛଥିଲେ। ସେଠାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପ୍ରୋଟୋକଲ୍ ଭାଙ୍ଗି ଲୋକଙ୍କ ସହ କରମର୍ଦନ କରିଥିବା ଦେଖିବାକୁ ମିଳିଛି ।