ଭୁବନେଶ୍ଵର, ଚଳିତ ମୌସୁମୀ ଋତୁରେ, ୧ ଜୁନ୍ ରୁ ୨୬ ଜୁଲାଇ ସୁଦ୍ଧା ୪୨୫.୮ ମି.ମି. ବର୍ଷା ରେକର୍ଡ଼ ହୋଇଛି । ଯାହାକି ଏହି ସମୟରେ ସ୍ଵାଭାବିକ୍ ବର୍ଷା ୪୮୯.୦ ମି.ମି ରହିଥାଏ । ଏହି ଅବଧି ମଧ୍ୟରେ ୧୩ ଜିଲ୍ଲାରେ ନିଅଂଟିଆ, ଦୁଇ ଜିଲ୍ଲାରେ ଅତ୍ୟଧିକ ଏବଂ ଅନ୍ୟ ୧୫ ଜିଲ୍ଲାରେ ସ୍ଵାଭାବିକ୍ ବର୍ଷା ରେକର୍ଡ ହୋଇଛି । ଭୁବନେଶ୍ଵର ସ୍ଥିତ ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଜାରୀ ହୋଇଥିବା ଏକ ଟ୍ଵିଟ୍ ରୁ ଏହି ସୂଚନା ମିଳିଛି ।
Related Stories
November 22, 2024