
ଭୁବନେଶ୍ୱର, କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରାଷ୍ଟ୍ରପତି ଭାବେ ଏକ ବର୍ଷର କାର୍ଯ୍ୟକାଳ ପୂରା କରିବା ଅବସରରେ ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କୁ ଶୁଭକାମନା ଜଣାଇଛନ୍ତି ।ସେ ଟ୍ୱିଟ କରି କହିଛନ୍ତି, ଆଦରଣୀୟା ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କ କାର୍ଯ୍ୟକାଳର ପ୍ରଥମ ବର୍ଷ ସଫଳତା ପୂର୍ବକ ପୂର୍ଣ କରିଥିବାରୁ ତାଙ୍କୁ ହାର୍ଦିକ ଶୁଭକାମନା । ଓଡିଶାର ମୟୁରଭଂଜର ଏକ ଛୋଟ ଗାଁରୁ ରାଇସିନା ହିଲ୍ସ ଯାଏ ତାଙ୍କର ଯାତ୍ରା ସମଗ୍ର ଦେଶକୁ ପ୍ରେରଣା ଦିଏ। ତାଙ୍କର କୁଶଳ ମାର୍ଗଦର୍ଶନରେ ଆମେ ଅମୃତକାଳର ଲକ୍ଷ୍ୟ ଆଡକୁ ନୂଆ ଉର୍ଜା ଓ ଆତ୍ମ ବିଶ୍ୱାସର ସହ ଅଗ୍ରସର ହେଉଛୁ । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସବୁବେଳେ ତାଙ୍କ ଉପରେ ଆଶୀର୍ବାଦ ରହୁ, ଏହା ହିଁ କାମନା ।