ଭଦ୍ରକ – ଥରେ ନୁହେଁ କି ଦୁଇଥର ନୁହେଁ, ୧୬ ଥର ଟେଣ୍ଡର ପରେ ୨୦ କୋଟି ଟଙ୍କା ଅଟକଳ ହେଲା। ତାହା ପୁଣି ଟର୍ଣ୍ଣ-କି ପଦ୍ଧତିରେ ଟେଣ୍ଡର ହେଲା। ତଥାପି ମନ୍ତେଇ ନଦୀର ବାଂଶଡା ସେତୁ ନିର୍ମାଣ ସରିନି। ଏବେ ବି ଏହି ପୋଲ ଦରଖଣ୍ଡିଆ ହୋଇ ପଡିରହିଛି। ଏହି ଦରଖଣ୍ଡିଆ ସେତୁ ପୂର୍ଣ୍ଣାଙ୍ଗ ହେବା ପାଇଁ ଅର୍ଥର ଆବଶ୍ୟକତା ଜରୁରୀ ହୋଇପଡିଛି। ଟେଣ୍ଡର ନେଇଥିବା କଂପାନୀ ୨୦ କୋଟିର କାମ କରି ଦରଖଣ୍ଡିଆ କରି ପଳାଇଛି। ଏବେ ଆଉ ଏକ ଅତିରିକ୍ତ ଟେଣ୍ଡର କରି ସେତୁକୁ ପୂର୍ଣ୍ଣାଙ୍ଗ ରୂପ ଦେବାକୁ ପୂର୍ ବିଭାଗ ପ୍ରସ୍ତୁତି ଆରମ୍ଭ କରିଛି। ଡିସେମ୍ବର ଶେଷ ସପ୍ତାହରେ ୯ କୋଟି ଟଙ୍କାର ଆଉ ଏକ ଅତିରିକ୍ତ ଟେଣ୍ଡର ହେବାକୁ ଯାଉଛି। େଯଉଁଥିରେ ୨୭ ବର୍ଷ ପରେ ସେତୁର ପରିକଳ୍ପନା ପୂର୍ଣ୍ଣାଙ୍ଗ ରୂପ ନେବା ଆକଳନ କରାଯାଉଛି। ମିଳିଥିବା ତଥ୍ୟ ଅନୁଯାୟୀ ଚାନ୍ଦବାଲି ବ୍ଲକ୍ର ବାଁଶଡା ମନ୍ତେଇ ସେତୁ ଏକ ପ୍ରତୀକ୍ଷିତ ନାଁ। ବର୍ଷେ କି ଦୁଇବର୍ଷ ନୁହେଁ ୨୭ ବର୍ଷର ଏହା ଏକ ପରିକଳ୍ପନା। ୧୯୯୨ ମସିହାରେ ତତ୍କାଳୀନ ମୁଖ୍ୟମନ୍ରୀ ସ୍ବର୍ଗତଃ ଜାନକୀ ବଲ୍ଲଭ ପଟ୍ଟନାୟକ ଏହି ସେତୁର ଶିଳାନ୍ୟାସ ଦେଇଥିଲେ। ୧୯୯୨-୨୦୧୯ ମସିହା ଏକ ଲମ୍ବା ସମୟ ୨୭ ବର୍ଷ ବିତିବାକୁ ଯାଉଛି। ଚାନ୍ଦବାଲି ବ୍ଲକ୍ର ୩୬ ପଂଚାୟତର ୨୭୯ ଗାଁ ଲୋକଙ୍କ ସ୍ବପ୍ନ ମନ୍ତେଇ ସେତୁ। ଏହି ୨୭ ବର୍ଷ ଭିତରେ କେତେ ମରି ହଜି ଗଲେଣି। ତଥାପି ବଂଚି ରହିଥିବା ଲୋକଙ୍କ ଆଶା ଅଛି ଏଠାରେ ପୋଲ ନିଶ୍ଚିତ ପୂର୍ଣ୍ଣାଙ୍ଗ ହେବ। ମିଳିଥିବା ତଥ୍ୟ ଅନୁସାରେ ୨୦୧୪ ମସିହାରେ ଏହି ପୋଲ କରିବାକୁ ସରକାର ଆଗେଇ ଆସିଲେ। ୨୦୧୪ ମସିହା ଫେବୃୟାରୀ ୨୦ ତାରିଖରୁ ଏହାର କାମ ଟର୍ଣ୍ଣ-କି ପଦ୍ଧତିରେ ବହୁ ପ୍ରତିବନ୍ଧକରେ ଆରମ୍ଭ ହୋଇଛି। ପ୍ରଥମେ ପ୍ରଖର ସ୍ରୋତ-କାଦୁଆ ମାଟି ମୁଖ୍ୟ ପାଚରେୀ ହୋଇ ଛିଡା ହେଲା। ପ୍ରଖର ସ୍ରୋତ-ପଙ୍କୁଆ ମାଟି, ୫୦/୬୦ ଫୁଟ୍ ଗଭୀର ପାଣିରେ ଖୁମ୍ବ ଛିଡା କରାଇବା ନିର୍ମାଣକାରୀ ସଂସ୍ଥା ପାଇଁ ଥିଲା ଖୁବ୍ ଚ୍ୟାଲେଞ୍ଜ। ପରିଣାମ ସ୍ବରୂପ ୧୯୯୫-୨୦୧୪ ମିହା ୧୯ ବର୍ଷ ଭିତରେ ୨୦ ଥର ଟେଣ୍ଡର ହେଲା। ବ୍ୟୟ ଅଟକଳ ରାଶି ୧ କୋଟିରୁ ୨୦ କୋଟି ଟଙ୍କା ବଢିଲା। ୨ ଶହ ମିଟର ଲମ୍ବ, ୨୦ ମିଟର ପ୍ରସ୍ଥର ସେତୁ କାମ ପାଇଁ ହରିୟାନାର ସିଂଲା କନ୍ଷ୍ଟ୍ରକସନ ଆଗେଇ ଆସିଲା। ସରକାର ଏହି ସଂସ୍ଥାକୁ ନିର୍ମାଣ ଆଦେଶ ପତ୍ର ଦାୟିତ୍ବ ଦେଲେ। ଦ୍ବିତୀୟରେ ଏହି ସଂସ୍ଥା କାମ ଅଧା କରି ଛାଡି ପଳାଇଲା। ପରବର୍ୀ ସମୟରେ ପୁଣି ଆଉ ଏକ ସଂସ୍ଥା ନିର୍ମାଣ ଦାୟିତ୍ବ ନେଲେ। ୨୦୧୬ ମସିହା ସେପ୍ଝେମ୍ବର ୨୫ ତାରିଖରେ ଏହି ପୋଲର ଏକ ପିଲର ନଦୀ ଗର୍ଭକୁ ଧସିଲା। ଗତ ୨୪.୧୧.୧୪ ରିଖରେ ଜମି ମାଲିକ ଜାଗା ଛାଡିବାକୁ ନେଇ ବିବାଦ ଦେଖା ଦେଇଥିଲା। ପରେ ପୂର୍ ବିଭାଗର ଚିଠି ନଂ ୧୯୦୨୩ ମୂଳେ ଏହି ସେତୁର କାମ କିଛିଦିନ ପାଇଁ ବନ୍ଦ ହେଲା। ପୁଣି ଏହି ପୋଲର ଡିଜାଇନ୍ ପରିବର୍ନ କରାଗଲା। ଜାତୀୟ ଜଳ ପଥ େଯାଜନାରେ ଧାମରା ବନ୍ଦରର କୋଇଲା ପରିବହନ ହେବ। ତାଳଚେର ସହିତ ଧାମରାକୁ ନଦୀପଥରେ େଯାଡା ଯିବ। ଏଣୁ ଭାରତୀୟ ଆନ୍ତଦ୍ର୍ଧେଶୀୟ ଜଳ ମାର୍ଗ ପ୍ରାଧିକରଣ ସଂସ୍ଥା ଏହି ସେତୁର ଡିଜାଇନ୍ ଚେଞ୍ଜ କଲେ। ଏହି ସମୟରେ ଏହାର ନିର୍ମାଣାଧୀନ କାମ ୪୦ ପ୍ରତିଶତ ସରିଥିଲା। ପ୍ରଥମ ପର୍ଯ୍ୟାୟରେ ଏହି ସେତୁ ପାଇଁ ନଦୀ ଭିତରେ ଓ ନଦୀ କୂଳରେ ୨ଟି ଲେଖାଏଁ ଖୁମ୍ବ ଥିଲା। ପ୍ରତି ଖୁମ୍ବର ବ୍ୟବଧାନ ୩୭ ମିଟର, ପାଣି ଉପରକୁ ଖୁମ୍ବର ଉଚ୍ଚତା ୪ ମିଟର ଥିଲା। ନୂଆ ନକ୍ସାରେ ଖୁମ୍ବ ସଂଖ୍ୟା, ସେତୁର ଦୈର୍ଘ୍ୟ ପ୍ରସ୍ଥ ସମାନ ରହିଲା। ଖୁମ୍ବ ଗୁଡିକର ବ୍ୟବଧାନ ୩୭-୫୦ ମିଟର, ପାଣି ଉପରକୁ ଖମ୍ବ ଉଚ୍ଚତା ୭.୫ ମିଟର ରହିଲା। ୨୦୧୮ ମସିହା ମାଚ୍ର୍ଚ ମାସରେ ସରିଛି ଏହି କାମର ଅବଧି ସମୟ। ତଥାପି କାମ ସରିନାହó। ଏବେ ସେତୁକୁ ପୂର୍ଣ୍ଣାଙ୍ଗ କରିବା ପାଇଁ ୯ କୋଟି ଟଙ୍କାର ଅତିରିକ୍ତ ଟେଣ୍ଡର ଡାକିବାକୁ ବାହାରିଛି ରାଜ୍ୟ ପୂର୍ ବିଭାଗ। ଏହି ନୂଆ ଟେଣ୍ଡରରେ ଅପୂର୍ଣ୍ଣାଙ୍ଗ ସେତୁ ପୂର୍ଣ୍ଣାଙ୍ଗ ହେବା ସହ ଆପ୍ରୋଚ ରୋଡ୍ ମଧ୍ଯ ନିର୍ମାଣ ହେବ।
Related Stories
December 23, 2024