ଭୁବନେଶ୍ୱର – ବାଲେଶ୍ୱର ଜିଲ୍ଲାର ମହାବୀର ନୋଡାଲ ସ୍କୁଲରେ ଜଣେ ପ୍ରଥମ ଶ୍ରେଣୀ ଛାତ୍ରଙ୍କୁ ତାଲା ପକାଯିବା ଘଟଣାରେ ସମ୍ପୃକ୍ତ ସ୍କୁଲର ପ୍ରଧାନଶିକ୍ଷୟତ୍ରୀ ·କିରିରୁ ନିଲମ୍ବିତ ହୋଇଛନ୍ତି । ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତୀ ଓ ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରମୋଦ ଷଡ଼ଙ୍ଗୀଙ୍କ ନିର୍ଦ୍ଦେଶ କ୍ରମେ ଘଟଣାର ତଦନ୍ତ ପରେ ବ୍ଲକ ଶିକ୍ଷା ଅଧିକାରୀ କବିତା ଜେନା ବାଲେଶ୍ୱର ସହରର ମଠସାହିସ୍ଥିତ ମହାବୀର ନୋଡାଲ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଶାନ୍ତିପ୍ରତିମା ମହାପାତ୍ରଙ୍କୁ ନିଲମ୍ବିତ କରିଛନ୍ତି ।
ଶୁକ୍ରବାର ଦିନ ଘଟଣାର ତଦନ୍ତ କରିବାକୁ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଥିଲା । ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବାକୁ ଡିଇଓଙ୍କୁ ବିଭାଗ ନିର୍ଦ୍ଦେଶ ଦେଇଥିଲା । ତଦନ୍ତ ନିର୍ଦ୍ଦେଶ ପରେ ସିଆରସିସିଙ୍କ ନେତୃତ୍ୱରେ ଏକ ଟିମ୍ ସମ୍ପୃକ୍ତ ସ୍କୁଲକୁ ଯାଇ ପଚରାଉଚରା କରିଥିଲେ । ରିପୋର୍ଟ ମିଳିବା ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ବାଲେଶ୍ୱର ଡିଇଓ ପ୍ରମୋଦ ଷଡଙ୍ଗୀ କହିଥିଲେ ।
ସୂଚନାଯୋଗ୍ୟ ଯେ ବାଲେଶ୍ୱର ସହର ମଠସାହିସ୍ଥିତ ମହାବୀର ନୋଡାଲ ସ୍କୁଲର ଜଣେ ପ୍ରଥମ ଶ୍ରେଣୀ ଛାତ୍ର ଗତକାଲି ସ୍କୁଲ ଛୁଟି ହେବାର କିଛି ସମୟ ପୂର୍ବରୁ ପାଇଖାନା ଯାଇଥିଲା । ପିଲାଟି ପାଇଖାନାରୁ ଆସିବା ପୂର୍ବରୁ ସ୍କୁଲ ଛୁଟି ହୋଇଯାଇଥିଲା । ଶିକ୍ଷକ ଓ ପିଅନ୍ ଗେଟରେ ତାଲା ପକାଇ ନିଜ ନିଜ ଘରକୁ ପଳାଇ ଯାଇଥିଲେ । ପିଲାଟିର ବ୍ୟାଗ୍ କ୍ଲାସ୍ ରୁମରେ ଥିବା କାହାର ନଜର ପଡ଼ିନଥିଲା । ଛାତ୍ର ଜଣକ ପାଇଖାନାରୁ ଫେରି ସ୍କୁଲ ଗେଟରେ ତାଲା ପଡ଼ିଥିବା ଦେଖିଥିଲା ଓ କାନ୍ଦିଥିଲା । ଛୁଆଟିର କାନ୍ଦ ଶୁଣି ସ୍ଥାନୀୟ ଲୋକ ପିଅନକୁ ଡକାଇ ଗେଟ ତାଲା ଖୋଲି ଥିଲେ ।
ଘଟଣା ସମ୍ପର୍କରେ ପ୍ରଧାନ ଶିକ୍ଷୟତ୍ରୀ କହିଥିଲେ ଯେ ପ୍ରତିଦିନ ଜଣେ, ଦୁଇ ଜଣ ପିଲାଙ୍କୁ ସ୍କୁଲରେ ତାଲା ପକାଇ ରଖୁ । ସ୍କୁଲଟି ରାସ୍ତା କଡ଼ରେ ହୋଇଥିବାରୁ ଅଭିଭାବକ ଆସିଲେ ପିଲାଙ୍କୁ ଆମେ ଛାଡ଼ୁ । ଯେଉଁଦିନ ଅଭିଭାବକ ନ ଆସିଥାନ୍ତି, ଆମେ ସେ ପିଲାଙ୍କୁ ଏମିତି ରଖୁ ।
Related Stories
November 22, 2024