
ଭୁବନେଶ୍ଵର, ଲଘୁଚାପ ଏବଂ ତାର ପରବର୍ତି ତୀବ୍ରତା ବୃଦ୍ଧି ପାଇବାର ସମ୍ଭାବନା ଥିବାରୁ ଏବଂ ମୌସୁମୀ ସକ୍ରିୟ ରହୁଥିବାରୁ ଏହି ସମୟରେ ସମୁଦ୍ର ମଧ୍ୟରେ ପବନର ବେଗ ଘଂଟା ପ୍ରତି ୪୫ରୁ ୫୫ କି.ମି. ରହିବାର ସମ୍ଭାବନା ରହୁଛି । ଏଥିପାଇଁ ୨୫ ତାରିଖରୁ ୨୭ ତାରିଖ ମଧ୍ୟରେ ସମୁଦ୍ର ଅତ୍ୟଧିକ ଅଶାନ୍ତ ରହୁଥିବାରୁ ଓଡ଼ିଶା ଉପକୂଳ ଏବଂ ତାର ଆଖପାଖ ଅଂଚଳ ପାର୍ଶ୍ଵବର୍ତି ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଉତର ପଶ୍ଚିମ ବଙ୍ଗୋପସାଗର ଅଂଚଳକୁ ମତ୍ସ୍ୟଜିବୀ ମାନଙ୍କୁ ଯିବା ପାଇଁ ସମ୍ପୂର୍ଣ୍ଣ ବାରଣ କରାଯାଇଛି ।