ଭଦ୍ରକ – ବେସରକାରୀ ଶିକ୍ଷାନୁଷ୍ଠାନ ପ୍ରତିଷ୍ଠା ଉପରେ ସରକାରଙ୍କ କୌଣସି ଲଗାମ ନଥିବାବେଳେ ପ୍ରାଥମିକ ଶିକ୍ଷା ବ୍ୟବସ୍ଥାକୁ ଉନ୍ନତମାନର କରିବା ପାଇଁ ବିଭିନ୍ନ ପ୍ରକାର େଯାଜନା ପ୍ରଣୟନ କରୁଛନ୍ତି ସତ କିନ୍ତୁ ଏହାର ସୁଦୁପେଯାଗ ଉପରେ କୌଣସି ନଜର ଦେଉନଥିବାରୁ ରାଜ୍ୟରେ ପ୍ରାଥମିକ ଶିକ୍ଷା ବ୍ୟବସ୍ଥାରେ ସଂକଟ ଦେଖାଦେଇଛି। ଅଭିଭାବକମାନେ ସରକାରୀ ଅପେକ୍ଷା ବେସରକାରୀ ସ୍କୁଲରେ ପିଲାଙ୍କୁ ପଢାଇବା ଶ୍ରେଷ୍ଠ ମନେ କରୁଛନ୍ତି। ଭଦ୍ରକ ଜିଲା ବନ୍ତ ବ୍ଲକ୍ରେ ମଧ୍ଯ ପ୍ରାଥମିକ ଶିକ୍ଷା ବ୍ୟବସ୍ଥା ଅନୁରୂପ। ଉକ୍ତ ବ୍ଲକ୍ରେ ବର୍ଷକ ମଧ୍ଯରେ ୨ଟି ସ୍କୁଲ ବନ୍ଦ ହୋଇଥିବାବେଳେ ଆଉ ୪ଟି ସ୍କୁଲକୁ ବନ୍ଦ ନିମନ୍ତେ ନିଦ୍ର୍ଧେଶ ହୋଇଛି। ଚଳିତ ବର୍ଷ ଜୁନ୍ ମାସରେ ଆଗରପଡା ସ୍ଥିତ ବିଟିପୁର ପଂଚାୟତ ଅନ୍ତର୍ଗତ ଗୋପୀନାଥଜୀଉ କ୍ଲଷ୍ଟର ଅଧୀନସ୍ଥ ହଳଦିପାଟଣା ଆଦିବାସୀ ସାହା ପ୍ରକଳ୍ପ ସ୍କୁଲ ଓ ବନ୍ତ ସ୍ଥିତ ସେ‹ତିରା ପଂଚାୟତ ଅଧୀନ ପରମାନନ୍ଦପୁର ପ୍ରକଳ୍ପ ସ୍କୁଲ ବନ୍ଦ ହୋଇଯାଇଥିବାବେଳେ ଚଳିତ ମାସ ବ୍ଲକ୍ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ଚିଠି ନଂ ୨୨୬୯/୧୦.୧୨.୧୯ ରିଖ ଅନୁଯାୟୀ ଆଉ ୪ଟି ସ୍କୁଲ ଯଥା ଆଡିଆ କ୍ଲଷ୍ଟର ଅଧୀନସ୍ଥ ଓଲଡାଙ୍ଗ ପ୍ରକଳ୍ପ ସ୍କୁଲ, ରାମଚନ୍ଦ୍ରପୁର କ୍ଲଷ୍ଟର ଅଧୀନସ୍ଥ ନରସିଂହପୁର ପ୍ରାଥମିକ ସ୍କୁଲ, ଟିଲୋ କ୍ଲଷ୍ଟର ଅଧୀନସ୍ଥ ପୁରୁଷୋମପୁର ପ୍ରକଳ୍ପ ପ୍ରାଥମିକ ସ୍କୁଲ ଓ ବାଲୁକେଶ୍ବର କ୍ଲଷ୍ଟର ଅଧୀନସ୍ଥ ଓ୍ବାରିସୁର ପ୍ରାଥମିକ ସ୍କୁଲକୁ ପାଖ ସ୍କୁଲ ସହ ମିଶ୍ରଣ କରାଯିବା ନିମନ୍ତେ ସଂପୃକ୍ତ ସ୍କୁଲର ପ୍ରଧାନ ଶିକ୍ଷକମାନଙ୍କୁ ଜଣାଇ ଦିଆଯାଇଛି। ସେହିପରି ପୂର୍ବବର୍ଷ ଆଗରପଡା ସ୍ଥିତ ପୁରୁଷ‹ ପଂଚାୟତ ଅନ୍ତର୍ଗତ ଜଗନ୍ନାଥ ପ୍ରକଳ୍ପ ସ୍କୁଲ ଓ ଛୟାଳସିଂ ପଂଚାୟତର ହରିହାଟ ପ୍ରକଳ୍ପ ସ୍କୁଲ ବନ୍ଦ ହୋଇଯାଇଥିଲା। ଆଗାମୀ ଦିନରେ ଆଡିଆ କ୍ଲଷ୍ଟର ଅଧୀନସ୍ଥ ବାହାଦଲପୁର ପ୍ରକଳ୍ପ ସ୍କୁଲ ସମେତ ଅନେକ ସ୍କୁଲ ଆବଶ୍ୟକୀୟ ପିଲା ସଂଖ୍ୟା ପାଇଁ ବନ୍ଦ ହେବାର ସମ୍ଭାବନା ଦେଖାଯାଇଛି। ୬ ରୁ ୧୪ ବର୍ଷର ପିଲାଙ୍କ ପାଇଁ ପ୍ରାଥମିକ ଶିକ୍ଷା ବାଧ୍ଯତାମୂଳକ ହୋଇଥିବାବେଳେ ସୁସଜ୍ଜିତ ପକ୍କାଘର ସାଙ୍ଗକୁ ମାଗଣା ପୋଷାକ, ବହିପତ୍ର ଓ ମଧ୍ଯାହ୍ନ ଭୋଜନ ସହିତ ଆହୁରି କେତେ ସୁବିଧା ସୁେଯାଗ ସରକାରୀ ବିଦ୍ୟାଳୟରେ ଉପଲବ୍ଧ କିନ୍ତୁ କଣ ପାଇଁ ଅଭିଭାବକମାନେ ସରକାରୀ ପ୍ରାଥମିକ ଶିକ୍ଷା ପ୍ରତି ବୁମୁଖ ତାର ମୂଳ କାରଣ ସରକାର ଖୋଜୁନଥିବା େଯାଗୁଁ ବୁଦ୍ଧିଜୀବୀ ମହଲରେ ଘୋର ପ୍ରତିକ୍ରିୟା ପ୍ରକାଶ ପାଇଛି। ବନ୍ତ ବ୍ଲକ୍ରେ ପବ୍ଲିକ୍ ସ୍କୁଲ, ସରସ୍ବତୀ ଶିଶୁମନ୍ଦିରର ସଂଖ୍ୟା ମଧ୍ଯ ବଢିଚାଲିଛି। ପବ୍ଲିକ ୍ସ୍କୁଲ ଖୋଲିବା ପାଇଁ ସରକାରଙ୍କ ସେଭଳି କିଛି ଦୃଢ ଆଇନ୍ କାନୁନର ବ୍ୟବସ୍ଥା ନଥିବାରୁ ଗାଁ ଗାଁରେ ଘରୋଇ ସ୍କୁଲ ଖୋଲିବାରେ ଲାଗିଛି। ଅନ୍ୟପଟେ ସରକାର ପ୍ରାଥମିକ ବିଦ୍ୟାଳୟକୁ ବନ୍ଦ କଲେଣି। ଏହାର ପ୍ରଥମ କାରଣ ହୋଇପାରେ ବିଦ୍ୟାଳୟରେ ଶ୍ରେଣୀ ଓ ବିଷୟ ଭିିକ ଶିକ୍ଷକ ନଥିବା। ଛାତ୍ରଛାତ୍ରୀଙ୍କ ହାରରେ ଶିକ୍ଷକ ନିଯୁକ୍ତି ପାଇଥିବାରୁ ଜଣେ ଜଣେ ଶିକ୍ଷକ ୨/୩ ଟି ଶ୍ରେଣୀକୁ ଏକାଠି କରି ପାଠ ପଢାଉଥିବା ଦେଖôବାକୁ ମିଳୁଛି। େଯଉଁ ଜାଗାରେ ବିଦ୍ୟାଳୟ କରାଯିବାର କୌଣସି ଯଥାର୍ଥ ନଥିବା ସ୍ଥଳେ ସେସବୁ ଜାଗାରେ ବିଦ୍ୟାଳୟ ଖୋଲି ଲକ୍ଷାଧିକ ଟଙ୍କା ନଷ୍ଟ କରିବା କେତେ ଦୂର ଯୁକ୍ତିଯୁକ୍ତ ତାହା କିଛି ବିଦ୍ୟାଳୟକୁ ଦେଖôଲେ ସରକାରଙ୍କ କାର୍ଯ୍ୟପନ୍ଥାକୁ ଅଙ୍ଗୁଳି ନିଦ୍ର୍ଧେଶ କରିବା ସାର ହେଉଛି। ଅନ୍ୟପକ୍ଷରେ ଶିକ୍ଷକମାନଙ୍କୁ ବିଭିନ୍ନ ପ୍ରକାର ଅଣଶୈକ୍ଷିକ କାର୍ଯ୍ୟକ୍ରମ ଯଥା ସର୍ଭେ କାର୍ଯ୍ୟ, ବିପିଏଲ୍ ଭୋଟର ଲିଷ୍ଟ ପ୍ରସ୍ତୁତ, ମଧ୍ଯାହ୍ନ ଭୋଜନ ନିର୍ମାଣ କାର୍ଯ୍ୟ ଓ ବିଭିନ୍ନ ସମୟରେ ଅନାବଶ୍ୟକ ତାଲିମ୍ କାର୍ଯ୍ୟରେ େଯାଗଦେବାକୁ ବାଧ୍ଯ କରାଯାଉଥିବାରୁ ଶିକ୍ଷାଦାନରେ ଘୋର ବ୍ୟତିକ୍ରମ ସୃଷ୍ଟି ହେବାରେ ଦେଖାଦେଇଛି। ସେହିପରି ଶିକ୍ଷକମାନଙ୍କୁ ବିଭିନ୍ନ ଆଇନ୍ କାନୁନ୍ର ଆଳ ଦେଖାଇ ଛଟେଇ କରିବା ଆଉ ଏକ ଅଣଶିକ୍ଷା କାର୍ଯ୍ୟକ୍ରମ ବୋଲି ମତ ପ୍ରକାଶ ପାଇଛି। ଯାହାଫଳରେ ଶିକ୍ଷକମାନେ ଅଯଥା ଚାପର ବଶବର୍ୀ ହେଉଥିବାରୁ ଗୁଣାମôକ ଶିକ୍ଷା ସମ୍ଭବ ହୋଇପାରୁନାହó। ତେଣୁ ଅଭିଭାବକମାନେ ପିଲାଙ୍କର ଭବିଷ୍ୟତକୁ ଆଖô ଆଗରେ ରଖô ସେମାନଙ୍କୁ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ପାଠ ପଢାଇବାକୁ ଇଚ୍ଛା ପ୍ରକାଶ କରୁନାହାଁନ୍ତି। ଶିକ୍ଷକ ଶିକ୍ଷୟିତ୍ରୀଙ୍କର ସମସ୍ୟା ପ୍ରତି ସରକାର ଦୃଷ୍ଟି ଦେଉନଥିବାରୁ ସେମାନେ ଅନେକ ସମୟରେ ନିଜର ହକ୍ ପାଇଁ ରାଜରାସ୍ତାରେ ଆନ୍ଦୋଳନ ପାଇଁ ବ୍ୟସ୍ତ ରହୁଛନ୍ତି। ଏପରି ପରିସ୍ଥିତିରେ ପ୍ରାଥମିକ ଶିକ୍ଷା ବିପର୍ଯ୍ୟସ୍ତ ହୋଇପଡୁଛି। ଅନ୍ୟପକ୍ଷରେ ସରକାର ନିଜେ ମଧ୍ଯ ଇଂରାଜୀ ମାଧ୍ଯମ ବିଦ୍ୟାଳୟ ପ୍ରତିଷ୍ଠା କରିବାକୁ ଯାଇ ଅପରପକ୍ଷରେ ଓଡ଼ିଆ ମାଧ୍ଯମ ବିଦ୍ୟାଳୟ ଗୁଡିକୁ ବନ୍ଦ କରିବାକୁ ଉଦ୍ୟମ ଜାରି ରଖôଛନ୍ତି। ଏହିଭଳି ଅବସ୍ଥାରେ ସରକାରୀ ପ୍ରାଥମିକ ଶିକ୍ଷା ପ୍ରତି ବିପଦ ସୃଷ୍ଟି ହେଉଥିବା କାରଣ ଗୁଡିକୁ ଠିକ୍ ଭାବେ ଅନୁଧ୍ଯାନ କରି ନିଦ୍ର୍ଧିଷ୍ଟ ନୀତି ନିୟମ ପ୍ରଣୟନ ନକଲେ ଆଗାମୀ ଦିନରେ ସରକାରୀ ପ୍ରାଥମିକ ଶିକ୍ଷା ରସାତଳକୁ ଚାଲିଯିବ ବୋଲି ଶିକ୍ଷାବିତ୍ମାନେ ମତ ପୋଷଣ କରିଛନ୍ତି।
Related Stories
December 23, 2024