
ପୁରୀ, ସ୍ଥାନୀୟ ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନ ପରିସରରେ ବିଶ୍ଵ ଦକ୍ଷତା କେନ୍ଦ୍ର, ଭୁବନେଶ୍ଵର ଆନୁକୂଲ୍ୟରେ ଏକ କ୍ୟାରିଅର କାଉନସେଲିଂ ପ୍ରୋଗ୍ରାମ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଜିଲ୍ଲା ନିୟୋଜନ ଅଧିକାରୀ, ସୁବାସ ବେହେରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ବିଶ୍ଵ ଦକ୍ଷତା କେନ୍ଦ୍ରର ଅଧିକାରୀ ଶ୍ରୀମତି ଅସୀମା ପ୍ରିୟଦର୍ଶିନୀ, ଦକ୍ଷତା ବିକାଶ କ୍ଷେତ୍ରରେ ବିଶ୍ଵ ଦକ୍ଷତା କେନ୍ଦ୍ରର ଅବଦାନ, ସୁଯୋଗ ଓ ୨୦୨୩-୨୪ ଶିକ୍ଷା ବର୍ଷ ର ନାମଲେଖା ସମ୍ପର୍କରେ ଛାତ୍ରଛାତ୍ରୀ ମାନଙ୍କୁ ଅବଗତ କରାଇଥିଲେ। ୫୦ରୁ ଉର୍ଦ୍ଧ୍ବ ପ୍ରତିଯୋଗୀ ଉକ୍ତ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ। ବର୍ତ୍ତମାନର ସମାଜକୁ ଆଖି ଆଗରେ ରଖି ଛାତ୍ରଛାତ୍ରୀ ମାନେ ବିଭିନ୍ନ ନୂତନ ଓ ଆଧୁନିକ ଦକ୍ଷତାକୁ ଆପଣେଇ, ନିଜକୁ ସ୍ଵାବଲମ୍ବୀ କରି ଗଢି ତୋଳିବା ପାଇଁ ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନର ଅଧ୍ୟକ୍ଷ ଅରବିନ୍ଦ ଘୋଷ ନିଜର ବକ୍ତବ୍ୟ ରଖିଥିଲେ ।
ଅନୁଷ୍ଠାନର ସମସ୍ତ କର୍ମଚାରୀଙ୍କ ମିଳିତ ସହଯୋଗରେ, କାର୍ଯ୍ୟକ୍ରମର ସଫଳ ସମ୍ପାଦନ ହୋଇଥିଲା।