ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ଦିନ ବିଜେପି ସଂସଦୀୟ ଦଳର ବୈଠକରେ ବିରୋଧୀ ଦଳର ନୂଆ ମେଂଟ ଉପରେ ବର୍ଷିଛନ୍ତି । ବିଜେପି ସଂସଦୀୟ ଦଳର ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ଆତଙ୍କବାଦୀ ସଂଗଠନ ଇଣ୍ଡିଆନ ମୁଜାହିଦ୍ଦିନ ଓ ପପୁଲାର ଫ୍ରଂଟ ଅଫ ଇଣ୍ଡିଆ ମଧ୍ୟ ସେମାନଙ୍କର ନାମରେ ଇଣ୍ଡିଆ ଲେଖିଛନ୍ତି । ସେହିପରି ପ୍ରଧାନମନ୍ତ୍ରୀ ମୋଦୀ ଆହୁରି କହିଥିଲେ ଯେ ଭାରତ ଉପରେ ଆକ୍ରମଣ କରିଥିବା ଇଂରେଜ ମାନଙ୍କର ଇଷ୍ଟ ଇଣ୍ଡିଆ କମ୍ପାନୀର ନାମରେ ମଧ୍ୟ ଇଣ୍ଡିଆ ରହିଛି । ପ୍ରଧାନମନ୍ତ୍ରୀ କହିଛନ୍ତି, କେବଳ ଇଣ୍ଡିଆ ନାମ ଲଗାଇ ଦେଲେ ସବୁ କିଛି ହୋଇଯାଏ ନାହିଁ । ସଂସଦୀୟ ଦଳର ବୈଠକ ପରେ ବିଜେପି ସାଂସଦ ତଥା ପୂର୍ବତନ ମନ୍ତ୍ରୀ ରବିଶଙ୍କର ପ୍ରସାଦ ସାମ୍ବାଦିକ ମାନଙ୍କ ସହ କଥାବାର୍ତା ବେଳେ ପ୍ରଧାନମନ୍ତ୍ରୀ ଦେଇଥିବା ଭାଷଣ ସମ୍ପର୍କରେ ଉଲ୍ଲେଖ କରିଛନ୍ତି ।
ପୂର୍ବତନ କେନ୍ଦ୍ର ମନ୍ତ୍ରୀ ରବିଶଙ୍କର ପ୍ରସାଦ କହିଛନ୍ତି ଯେ ଆମେ ଆମ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପାଇଁ ଗର୍ବିତ । ସେ ଦେଶ ପାଇଁ ଏକ ନୂଆ ଆଶା ଜାଗ୍ରତ କରିଛନ୍ତି
ଏଠାରେ ଉଲ୍ଲେଖ କରାଯାଇ ପାରେ ଯେ ମଣିପୁରରେ ହିଂସା ଉପରେ ହଟ୍ଟଗୋଳ କରି ବିରୋଧୀ ମାନେ ସଂସଦକୁ ଚଳାଇ ଦେଉ ନାହାନ୍ତି । ଅନ୍ୟ ପକ୍ଷରେ ମୋଦୀ ସରକାର ଏହି ପ୍ରସଙ୍ଗରେ ଆଲୋଚନା ପାଇଁ ପ୍ରସ୍ତୁତ ରହିଛି ।
ସଂସଦୀୟ ଦଳ ବୈଠକରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ସେ ଏଭଳି ଦିଶାହୀନ ବିରୋଧୀ ଦଳ କେବେ ହେଲେ ଦେଖି ନାହାନ୍ତି . ସେ କହିଛନ୍ତି ଯେ ଏହି ବିରୋଧୀ ଦଳ ମାନେ ଭ୍ରମିତ ଅଥନ୍ତି ଓ ତାଙ୍କର ଆଚରଣ ଓ ବ୍ୟବହାରରୁ ଏପରି ଲାଗୁଛି ଯେ ସେମାନେ ଯେପରି ଦଶନ୍ଧି ଦଶନ୍ଧିଧରି କ୍ଷମତାରେ ଆସିବାକୁ ଚାହୁ ନାହାନ୍ତି ।