କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ,
ପୁରୀ,ହେ ବୃକ୍ଷ ଆମକୁ ଶୋକମୁକ୍ତ କର। ପରିବେଶ ର ସୁରକ୍ଷା କର। ଆମକୁ ଅମ୍ଲଜାନ ଦେଉଥାଅ। ଚନ୍ଦ୍ରଶେଖର ଏକାଡେମୀ ଛାତ୍ର ଛାତ୍ରୀଙ୍କ ଏପରି ମିଳିତ ପ୍ରାର୍ଥନା ଭିତରେ ସେଠାରେ ଲାଗିଛି ତିନିଶହ ଗଛ। ଏକାଡେମୀ ର ଅଧ୍ୟକ୍ଷ ଶ୍ରୀମନ୍ତ ଦାଶଙ୍କ ପରିଚାଳନା ରେ ଅନୁଷ୍ଠିତ ଏହି ବୃକ୍ଷରୋପଣ କାର୍ଯ୍ୟକ୍ରମ କୁ ପୁରୀ ଉପଜିଲ୍ଲାପାଳ ଭବତାରଣ ସାହୁ, ସହକାରୀ ବନସଂରକ୍ଷକ ଉତ୍ତମ ଗଡ଼ନାୟକ ଓ ପ୍ରକୃତି ବନ୍ଧୁ ବଦ୍ରି ମିଶ୍ର ମିଳିତ ଭାବେ ଉଦଘାଟନ କରିଥିବା ବେଳେ ଅନ୍ୟତମ ଅତିଥି ଭାବେ ଫରେଷ୍ଟ ରେଞ୍ଜର ବେଣୁଧର ବେହେରା, ରାମପ୍ରକାଶ ସେନାପତି, ସଂଜୀବ ନାୟକ,ରଂଜିତା ପାଣିଗ୍ରାହୀ,ଅମିତା ପଟ୍ଟନାୟକ ,ସୁମନ୍ତ ପରିଡା, ଓ ମାନସ ଦାସ ଯୋଗଦେଇଥିଲେ। ପରେପରେ ଏକାଡେମୀ ପରିସର ରେ ବୃକ୍ଷରୋପଣ ସହ ଗଛ ,ପରିବେଶ ଓ ଜୀବନ ଶୀର୍ଷକ ସଚେତନତା କାର୍ଯ୍ୟକ୍ରମ ହୋଇଥିଲା। ଏହିସବୁ କାର୍ଯ୍ୟକ୍ରମ କୁ ସଂଯୋଜନା, ସତ୍ୟନାରାୟଣ ରାଉତରାୟ,ଶ୍ୟାମାକାହ୍ନା ପଟ୍ଟନାୟକ ସଂଯୋଜନା କରିଥିବା ବେଳେ,ଶିକ୍ଷୟତ୍ରୀ ସୁଚିତ୍ରା ନାୟକ, ସସ୍ମିତାରାଣୀ ଦଳବେହେରା,ଦୀପକ ସ୍ବାଇଁ, ଲକ୍ଷ୍ମୀ ରାମ ସରେନ, କର୍ମଚାରୀ ପ୍ରକାଶ ମଲ୍ଲିକ,ଯୋଗେଶ ରାଉତ୍, ସୁମନ୍ତ ପ୍ରଧାନ, ସସ୍ମିତା ପଶ୍ଚିମକବାଟ, ସୌଦାମିନୀ ମହାରଣା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ। ଛାତ୍ର ଛାତ୍ରୀଙ୍କ ମଧ୍ୟରୁ ଆର୍ଯ୍ୟ ପ୍ରତାପ ନାୟକ,ଶ୍ରୀଶକ୍ତି ନାୟକ,ପ୍ରିୟାଂଶୀ ପ୍ରିୟମ୍ବଦା, ତୁଳସୀ ସାହୁ, ଆଦିତ୍ୟ ପାତ୍ର,ପ୍ରଂଶୁ ଦାସ, ଆର.ଭାଗ୍ୟଶ୍ରୀ,ସଂପ୍ରିତା ସଂଜିବନୀ,ସସ୍ମିତା ସୁବୁଦ୍ଧି,ସ୍ବାତିଶ୍ରୀ ପ୍ରଧାନ, ନନ୍ଦିନୀ ପ୍ରଧାନ,ରିତେଶ ସାହୁ, ସନକୁମାର ଜେନା ଓ ଆଶିଷ ନାୟକ ବୃକ୍ଷରୋପଣ ରେ ସହଯୋଗ କରିଥିଲେ।ଆଗାମୀ ଦିନରେ ଏକାଡେମୀ ପକ୍ଷରୁ ବ୍ୟାପକ ବୃକ୍ଷରୋପଣ ସହ ସମସ୍ତ ଛାତ୍ର ଛାତ୍ରୀଙ୍କୁ ନେଇ ବୃକ୍ଷରୋପଣ ଉପରେ ଏକ ତାଲିମ୍ କାର୍ଯ୍ୟକ୍ରମ କରାଯିବ ବୋଲି ଅଧ୍ୟକ୍ଷ ଶ୍ରୀମନ୍ତ ଦାଶ ମତ ପ୍ରକାଶ କରିଥିଲେ ।
Related Stories
November 24, 2024
November 24, 2024