ଭୁବନେଶ୍ୱର, ଜେଇ ମେନ ସିଭିଲ ପରୀକ୍ଷା ପ୍ରଶ୍ନପତ୍ର ଲିକ ହେବା ପ୍ରସଙ୍ଗକୁ ନେଇ ପରୀକ୍ଷାର୍ଥୀ ମାନେ ଓଡ଼ିଶା ଷ୍ଟାଫ୍ ସିଲେକ୍ସନ କମିଶନ କାର୍ଯ୍ୟାଳୟ ଘେରାଓ କରିଛନ୍ତି । ସେମାନେ ଏହି ମାମଲାରେ ସାମିଲ ଥିବା ଅଧିକାରୀ ମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ।
ଆନ୍ଦୋଳନ କରୁଥିବା ପରୀକ୍ଷାର୍ଥୀ ମାନେ ପୁନଃ ଘୋଷଣା ହୋଇଥିବା ପରୀକ୍ଷା ସ୍ୱଚ୍ଛତାର ସହ ସମ୍ପାଦନ ନେଇ ମଧ୍ୟ ପ ପ୍ରଶ୍ନ ଉଠାଇଛନ୍ତି ।
ଉଲ୍ଲେଖନୀୟ ଯେ, ପ୍ରଶ୍ନପତ୍ର ଲିକ୍ ହୋଇଥିବା ଜଣାପଡ଼ିବା ପରେ ଜେଇ ସିଭିଲ ମେନ୍ ପରୀକ୍ଷାକୁ ରଦ୍ଦ କରି ଦିଆଯାଇଥିବା ନେଇ ଗତ କାଲି ଓଡିଶା ଷ୍ଟାଫ ସିଲେକ୍ସନ କମିଶନର ଅଧ୍ୟକ୍ଷ ଅଭୟ ସୂଚନା ଦେଇଥିଲେ ।
ସେ ଟ୍ୱିଟ କରି କହିଥିଲେ, ଗତ ୧୬ ତାରିଖରେ ହୋଇଥିବା ପରୀକ୍ଷାକୁ ରଦ୍ଦ କରାଯାଇଛି । ବାଲେଶ୍ୱର ଏସପିଙ୍କ ରିପୋର୍ଟ ଅନୁସାରେ ପରୀକ୍ଷା ରଦ୍ଦ ହୋଇଛି । ଏଥିସହ ସେପ୍ମେମ୍ବର ୩ରେ ସାନି ପରୀକ୍ଷା ନେଇ ସୂଚନା ଜାରି କରାଯାଇଥିବା ସେ ପ୍ରକାଶ କରିଥିଲେ । ଅନ୍ୟ ପକ୍ଷରେ ବାଲେଶ୍ୱର ଏସପି ସାଗରିକା ନାଥ ସୂଚନା ଦେଇ କହିଥିଲେ, ଯେ ଅନୁସନ୍ଧାନରୁ ସ୍ପଷ୍ଟ ହୋଇଛି ପରୀକ୍ଷା ପୂର୍ବରୁ ପ୍ରଶ୍ନପତ୍ର ଲିକ୍ ହୋଇଛି । ଓଏସସସି ପକ୍ଷରୁ ସେଦିନ ଜେଇଇ ସିଭିଲ ମେନ୍ ପରୀକ୍ଷା ଥିଲା । ପରୀକ୍ଷା ପୂର୍ବରୁ ଯେଉଁ ପ୍ରଶ୍ନପତ୍ର ମିଳିଥିଲା ତାହା ମେଳ ଖାଉଛି । ତେଣୁ ଆମେ ଏନେଇ ଓଏସସସି କୁ ଲିଖିତ ଭାବେ ଅବଗତ କରିଛୁ ବୋଲି ସେ କହିଥିଲେ ।
ଏହି ସମଗ୍ର ଘଟଣାରେ ୯ ଜଣ ଗିରଫ ହୋଇଥିବା ଓ ମାଷ୍ଟରମାଇଣ୍ଡ ଚିହ୍ନଟ ହୋଇଥିବା ସେ ପ୍ରକାଶ କରିଥିଲେ । ମାଷ୍ଟର ମାଇଂଡ ଓ ରାଜ୍ୟରେ ବାହାରେ ରହିଛି । ତାକୁ ଧରିବା ପାଇଁ ସବୁ ପ୍ରକାର ଉଦ୍ୟମ ଚାଲିଛି ବୋଲି ସେ କହିଥିଲେ ।
ସେ କହିଥିଲେ, ପିଲାଙ୍କ ଠାରୁ ପ୍ରଶ୍ନପତ୍ର ପାଇଁ ୮ରୁ ୧୦ ଲକ୍ଷ ନେବାକୁ ଚୁକ୍ତି ହୋଇଥିଲା । ଧରାପଡ଼ିଥିବା ରାକେଟ ଅନ୍ୟ ରାଜ୍ୟରେ ମଧ୍ୟ ସମାନ କାର୍ଯ୍ୟ କରୁଥିଲେ ବୋଲି ସେ କହିଥିଲେ ।