
ଭଞ୍ଜନଗର- ତାରସିଂ ଥାନା ବୁରପଲ୍ଲୀ ଢେପ ସାହିର ହାଡ଼ିଆ ନାଇକ ହତ୍ୟା ଘଟଣାରେ ଆଜି ପୋଲିସ ୧୩ଜଣଙ୍କୁ ଗିରଫ କରିଛି।ସେଥିମଧ୍ୟରୁ ୨ଜଣ ନାବାଳକ ଥିବାରୁ ତାଙ୍କୁ ଆସନ୍ତା କାଲି ବ୍ରହ୍ମପୁର ଜୁଭେନାଇଲ କୋର୍ଟ କୁ ପଠାଯିବ ଏବଂ ଅବଶିଷ୍ଟ ୧୧ଜଣଙ୍କୁ ଆଜି ପୋଲିସ ଭଞ୍ଜନଗର କୋର୍ଟ ଚାଲାଣ କରିଥିବା ଜଣାପଡିଛି। ଗତ କିଛିଦିନ ତଳେ ବୁରପଲ୍ଲୀ ଗ୍ରାମରେ ହାଡ଼ିଆ ଓ ଅନ୍ୟ ଗ୍ରାମବାସୀଙ୍କ ମଧ୍ୟରେ କଳହ ଘଟିବାରୁ ହାଡ଼ିଆ କୁ ଅନ୍ୟମାନେ ସଂଗଠିତ ହୋଇ ଆକ୍ରମଣ କରିବାରୁ ତାର ଗତ ସୋମବାର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିଲା।