
ଗଞ୍ଜାମ, ବ୍ରହ୍ମପୁର ଉପକଣ୍ଠ ନିମଖଣ୍ଡି ଥାନା ଅଂଚଳରେ ଗତକାଲି ବିଳମ୍ବିତ ରାତିରେ ପୋଲିସ ଖବର ପାଇ ଏକ ଜୁଆ ଆଡ୍ଡା ଉପରେ ଚଢ଼ଉ କରିଥିଲା । ଚଢ଼ଉ ବେଳେ ସେଠାରୁ ୧୦ ଜଣ ମହିଳାଙ୍କ ସମେତ ମୋଟ୍ ୧୬ ଜଣ ଜୁଆଡ଼ି ଗିରଫ ହୋଇଛନ୍ତି । ସେମାନଙ୍କ ଠାରୁ ୨ ଲକ୍ଷ ୪୫ ହଜାର ନଗଦ ଟଙ୍କା ସହ ୨ ସେଟ୍ ତାସ୍ ମୁଠା, ଗୋଟିଏ ଏଟିଏମ କାର୍ଡ଼, ୧୪ଟି ମୋବାଇଲ ଓ ୨ଟି ମୋଟର ସାଇକେଲ ଜବତ ହୋଇଛି । ନିମଖଣ୍ଡି ଥାନା ପୋଲିସ ଭାବିନୀପୁର ବଜରଙ୍ଗୀ ନଗର ଠାରେ ଏହି ଜୁଆ ଆଡ୍ଡାରୁ ଜୁଆଡ଼ି ମାନଙ୍କୁ ଗିରଫ କରିଛି । ଏ ସଂକ୍ରାନ୍ତରେ ଥାନାରେ ଏକ ମାମଲା ରୁଜ୍ଜୁ ହୋଇଛି । ଗିରଫ ଅଭିଯୁକ୍ତ ମାନଙ୍କୁ ଆଜି କୋର୍ଟଚାଲାଣ କରାଯାଇଛି ।