ଭୁବନେଶ୍ୱର – ନାଗରିକ ସଂଶୋଧନ ଆଇନ୍୍ (ସିଏଏ)କୁ ବିରୋଧ କରି ବାମପନ୍ଥୀ ଦଳ ମାନଙ୍କ ପକ୍ଷରୁ ଆସନ୍ତାକାଲି (ଗୁରୁବାର) ଦେଶବ୍ୟାପୀ ଆନେ୍ଦାଳନ ଡାକରା ଦିଆଯାଇଛି । ସିଏଏକୁ ରଦ୍ଧ କରିବା ଏବଂ ସମ୍ବିଧାନ ଓ ଧର୍ମ ନିରପେକ୍ଷତାକୁ ରକ୍ଷା କରିବା ଦାବିରେ ବାମପନ୍ଥୀ ଦଳମାନେ ଆନେ୍ଦାଳନକୁ ଓହ୍ଲାଇବାକୁ ନିଷ୍ପତି ନେଇଛନ୍ତି । ଏହି ପରିପ୍ରେକ୍ଷୀରେ ଭୁବନେଶ୍ୱର ଠାରେ ସିପିଆଇ , ସିପିଆଇ (ଏମ୍ ), ସିପିଆଇ (ଏମ୍ .ଏଲ)ଲିବରେସନ୍ ଓ ଫରୱାର୍ଡ ବ୍ଲକ୍ ପକ୍ଷରୁ ଗଣଧାରେଣା ଦିଆଯିବ । ଗୁରୁବାର ପୂର୍ବାହ୍ନ ୧୧ଟାରେ ମାଷ୍ଟର କ୍ୟାଂଟିନ ଛକ ଠାରୁ ଏକ ବିରାଟ ଶୋଭାଯାତ୍ରା ବାହାରିବା ପରେ ଲୋୟର ପିଏମଜି ଠାରେ ଗଣଧାରଣା ଦିଆଯିବ ବୋଲି ସିପିଆଇଏମ୍ ଓଡିଶା ରାଜ୍ୟ କମିଟି ସମ୍ପାଦକ ମଣ୍ଡଳୀର ସଭ୍ୟ ସୁରେଶ ପାଣିଗ୍ରାହୀ ସୂଚନା ଦେଇଛନ୍ତି ।
Related Stories
December 23, 2024