
କନ୍ଧମାଳ, ଫୁଲବାଣୀ ସ୍ଥିତ ଜିଲ୍ଲା କ୍ରୀଡା ଇଣ୍ଡୋର ହଲ ଠାରେ ଫୁଲବାଣୀ ମାର୍ଶାଲ ଆର୍ଟ୍ସ ଏକାଡେମୀ ଓ କନ୍ଧମାଳ ଜିଲ୍ଲା ତାଇକୋଣ୍ଡୋ ସଂଘର ମିଳିତ ଆନୁକୁଲ୍ୟରେ ୪ର୍ଥ କନ୍ଧମାଳ ଜିଲ୍ଲା ତାଇକୋଣ୍ଡୋ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଏହି ପ୍ରତିଯୋଗିତା ଦୁଇଟି ବିଭାଗରେ, କିରୋଗୀ ଓ ପୁଂସି ପ୍ରତିଯୋଗିତାରେ ହେଉଅଛି। ସର୍ବ କନିଷ୍ଠ (୫-୧୧ବର୍ଷ), କ୍ୟାଡେଟ (୧୨-୧୪ବର୍ଷ), କନିଷ୍ଠ (୧୫-୧୭ବର୍ଷ ) ଓ ବରିଷ୍ଠ ବର୍ଗ ୧୮ ବର୍ଷ ଓ ଉର୍ଦ୍ଧ୍ବ ବୟସର ପ୍ରତିଯୋଗୀ ଅଂଶ ଗ୍ରହଣ କରୁଛନ୍ତି। କନ୍ଧମାଳ ଜିଲାରୁ ଶହେରୁ ଉର୍ଦ୍ଧ ବାଳକ ଓ ବାଳିକା ପ୍ରତିଯୋଗି ଅଂଶଗ୍ରହଣ କରୁଛନ୍ତି। ଜାତୀୟ ରେଫରୀ ଏମ. ରିତିକ ରଞ୍ଜନ ମହାପାତ୍ର ଓ ଶିବାନନ୍ଦ ରୟଗୁରୁ ଏହି ପ୍ରତିଯୋଗିତା ପରିଚାଳନା କରିବା ପାଇଁ ଓଡିଶା ଟାଏକୋଣ୍ଡୋ ସଂଘ ଦ୍ଵାରା ନିଯୁକ୍ତି କରାଯାଇଛନ୍ତି। ପ୍ରତିଯୋଗିତାରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା କ୍ରୀଡା ଅଧିକାରୀ ସମୀର କୁମାର ନାୟକ, ସାଧାରଣ ସମ୍ପାଦକ ମନମୋହନ ଭଞ୍ଜ, ଜିଲ୍ଲା ସଂଘର ସଭାପତି ପ୍ରତାପ କୁମାର ମୁଖି ଓ ସମ୍ପାଦକ ପ୍ରଭାତ କୁମାର ସାହୁ ଉଦଘାଟନ କରିଥିଲେ। କନ୍ଧମାଳ ଜିଲ୍ଲାର କୋଚ ରମାକାନ୍ତ ବେହେରା, ପ୍ରିତମ କୁମାର ପ୍ରଧାନ ଓ ମଦନ ଦଳବେହେରା ସହଯୋଗ କରିଥିଲେ।
ଶେଷରେ ଓଡିଶା ତାଇକୋଣ୍ଡୋ ସଙ୍ଘର ସାଧାରଣ ସମ୍ପାଦକ ମନମୋହନ ଭଞ୍ଜଙ୍କୁ ସାଉଥ କୋରିଆରୁ ଅନ୍ତର୍ଜାତୀୟ ଟାଏକୋଣ୍ଡୋ ମାଷ୍ଟର କୋର୍ସ ସଫଳତା ହାସିଲ କରିକି ଫେରିବା ଅବସରରେ ଜିଲ୍ଲା ସଂଘ ତରଫରୁ ସ୍ଵାଗତ ସମ୍ବର୍ଦ୍ଧନା ସମସ୍ତେ ଭଞ୍ଜଙ୍କୁ ଜଣାଇଥିଲେ।