ମାଲକାନଗିରି, ଶ୍ମଶାନ ଜାଗାକୁ ନେଇ ଲାଗିରହିଛି ବିବାଦ। ଏଭଳି ଘଟଣା ଦେଖିବା ପାଇଁ ମିଳିଛି କାଲିମେଳା ବ୍ଳକ ଏମ୍. ଭି-୮୦ ବନ୍ଧଗୁଡା ଗ୍ରାମରେ। ସୂଚନା ଥାଉକି, ଏମ୍. ଭି-୮୦ ଗ୍ରାମର ତାପସ ବୈରାଗୀ ନାମକ ଜଣେ ବ୍ୟକ୍ତି ଦୀର୍ଘ ବର୍ଷ ଧରି ସେହି ଜାଗାକୁ ଚାଷ କରିବା ସହ ତାରବାଡ଼ରେ ଘେରି ରଖିଥିବା ଯୋଗୁଁ ଶ୍ମଶାନ ଜାଗାକୁ ଯିବାକୁ ବାଟ ନ ଥିବା ବେଳେ ଏହି ଜାଗାକୁ ଜବରଦଖଲ କରି ନିଜ ମନ ଇଚ୍ଛାରେ ଜାଗାକୁ ଘେରି ରଖି ଥିବା ବେଳେ ଅନ୍ୟ ଜଣେ ଲୋକ ଶ୍ମଶାନ ଜାଗାକୁ ଭାଙ୍ଗି ଚାଷ କରୁଥିବା ନଜରକୁ ଆସିବା ପରେ ବନ୍ଧଗୁଡା ଗ୍ରାମବାସୀ ଏହାର ପ୍ରତିବାଦ କରିବାରୁ ତାଙ୍କୁ ଧମକ ଦେଉଛନ୍ତି ଏମ୍. ଭି-୮୦ ଗ୍ରାମର ତାପସ ବୈରାଗୀ ଏବଂ ଲକ୍ଷ୍ମୀପୁର ଗ୍ରାମର ମଙ୍ଗଳା ଖଲାବି। ଏହି ଦୁଇ ବ୍ୟକ୍ତି ଏହି ଜାଗାକୁ ହଡ଼ପ କରିବା ପାଇଁ ବସିଥିବା ବେଳେ ବର୍ତ୍ତମାନ ବନ୍ଧଗୁଡା ଗ୍ରାମବାସୀ ସେହି ଶ୍ମଶାନ ଜାଗା ପାଇଁ ବହୁତ ଥର ପ୍ରଶାସନକୁ ନିବେଦନ କରିବା ସହ ଗୁହାରି ମଧ୍ୟ କରି ଆସୁଛନ୍ତି। ଶ୍ମଶାନ ଜାଗାକୁ ବନ୍ଧଗୁଡା ଗ୍ରାମବାସୀ ଆଜକୁ ୧୩ ବର୍ଷ ଧରି ଏହି ଜାଗାକୁ ଶ୍ମଶାନ ଭାବେ ନିରୂପଣ କରିଥିଲେ। ଏହା ସହ ୧୦ ବର୍ଷ ଧରି ଏହି ଶ୍ମଶାନ ଜାଗା ପାଇଁ ଜିଲ୍ଲା ପ୍ରଶାସନ ଠାରୁ ଆରମ୍ଭ କରି ପ୍ରଶାସନିକ ଅଧିକାରୀ ମାନଙ୍କୁ ଜଣେଇବା ସତ୍ବେ ଆଜି ପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇନଥିବା ବେଳେ ଏବେ ବନ୍ଧଗୁଡା ଗ୍ରାମବାସୀ ଦୁଃଖରେ ଭାଙ୍ଗି ପଡିଛନ୍ତି। କିଛି ଦିନ ତଳେ ଏହି ବନ୍ଧଗୁଡା ଗ୍ରାମର ଏକ ପରିବାରର ଜଣେ ବୁଢ଼ା ଲୋକ ମୃତ୍ୟୁବରଣ କରିଥିବା ବେଳେ ଶ୍ମଶାନ ଜାଗାକୁ ଯିବା ପାଇଁ ବହୁତ ବିବାଦ ସୃଷ୍ଟି ହେବା ସହ ତାରବାଡ଼ ଓ ଚାଷ ଜମିକୁ ଡେଇଁ ବହୁତ କଷ୍ଟରେ ଯିବା ପାଇଁ ପଡିଥିଲା। ଏହି ବନ୍ଧଗୁଡା ଗ୍ରାମରେ ୪୦ ଟି ପରିବାର ବସବାସ କରୁଥିବା ବେଳେ ଏଠିକାର ଲୋକେ ସବୁ କୁଲି ମଜୁରୀ କରି ଚଳୁଥିବା ଦେଖିବା ପାଇଁ ମିଳୁଛି। ଏହି ବନ୍ଧଗୁଡା ଗ୍ରାମରେ ହିନ୍ଦୁ ଏବଂ ଖ୍ରୀଷ୍ଟୟାନ ପରିବାର ମିଳିମିଶି ରହିଆସୁଛନ୍ତି। ଏହି ଶ୍ମଶାନ ଜାଗାକୁ ଯିବା ପାଇଁ ପଥ ବନ୍ଦ କରିଦିଆଯାଇଥିବା ବେଳେ ଆଗାମୀ ଦିନରେ ଯଦି ଏହାର କୌଣସି ସମାଧାନ କରାନଯାଏ ତେବେ ରାଜରାସ୍ତାକୁ ଓହ୍ଳାଇବୁ ବୋଲି କହିଛନ୍ତି ଗ୍ରାମବାସୀ।
Related Stories
November 22, 2024