ଭୁବନେଶ୍ୱର – ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ଅଧୀନସ୍ଥ ବିଦ୍ୟାଳୟ ସମୂହରେ ଅଧ୍ୟୟନରତ ଛାତ୍ରଛାତ୍ରୀମାନଙ୍କ ଅନ୍ତର୍ନିହିତ ପ୍ରତିଭାର ବିକାଶ ସହ ସାଂସ୍କୃତିକ ନବଜାଗରଣ ନିମନ୍ତେ ସର୍ଗିଫୁଲ -୨୦୧୯ ଉତ୍ସବ ଆସନ୍ତାକାଲି (ଗୁରୁବାର) ପୂର୍ବାହ୍ନ ୧୧.୩୦ ସମୟରେ ଆଦିବାସୀ ପ୍ରଦର୍ଶନୀ ପଡ଼ିଆରେ ଉଦ୍ଘାଟିତ ହେବ । ବିଭାଗୀୟ ମନ୍ତ୍ରୀ ଶ୍ରୀ ଜଗନ୍ନାଥ ସାରକା ଏହାର ଉଦଘାଟନ କରିବେ ।
ପ୍ରତିଯୋଗିତା ମାଧ୍ୟମରେ ବିଭିନ୍ନ ଜିଲ୍ଲାରୁ ବଛା ହୋଇ ପଂଚମରୁ ଦଶମ ଶ୍ରେଣୀରେ ପଢ଼ୁଥିବା ୮୬୭ ଜଣ ଛାତ୍ରଛାତ୍ରୀଙ୍କ ସମେତ ୧୩୮ ଜଣ ଶିକ୍ଷକଶିକ୍ଷୟିତ୍ରୀ ଏହି ଉତ୍ସବରେ ଯୋଗଦାନ କରିବେ । ତିନିଦିନ ଧରି ·ଲିବାକୁ ଥିବା ଏହି ଉତ୍ସବରେ ବରିÂ ଓ କନିÂ ବର୍ଗ ପାଇଁ ୩୦ଟି କର୍ମଶାଳା ତଥା ୧୭ଟି ପ୍ରତିଯୋଗିତା ଆୟୋଜିତ ହେବାର ଲକ୍ଷ୍ୟ ରଖାଯାଇଛି । ଏହା ଛଡ଼ା ପ୍ରତ୍ୟେକ ସନ୍ଧ୍ୟାରେ ଛାତ୍ରଛାତ୍ରୀଙ୍କ ଦ୍ୱାରା ପରିବେଷିତ ସାଂସ୍କୃତିକ କାର୍ଯ୍ୟକ୍ରମ ଉତ୍ସବର ଅନନ୍ୟ ଆକର୍ଷଣ ହେବ । ଉତ୍ସବ ଅବସରରେ ବିଭାଗୀୟ ବିଦ୍ୟାଳୟ ସମୂହରୁ ମାଟ୍ରିକ୍ ପରୀକ୍ଷାରେ ଶ୍ରେÂ ୧୦୦ ସ୍ଥାନରେ ଉତୀର୍ଣ୍ଣ ହୋଇଥିବା ୧୦୧ ଜଣ ଛାତ୍ରଛାତ୍ରୀ ତଥା ଉତମ ସେବା ସହ ଶ୍ରେÂ ବିବେଚିତ ୫୦ଟି ହାଇସ୍କୁଲ୍କୁ ସମ୍ବର୍ଦ୍ଧିତ କରାଯିବାର କାର୍ଯ୍ୟକ୍ରମ ରହିଛି ।
ଏହି ଅବସରରେ ଶିକ୍ଷା ଅଧିକାରର ୩୦ ବର୍ଷ ପୂର୍ତି ତଥା ସର୍ଗିଫୁଲ ଉତ୍ସବର ୧୦ ବର୍ଷ ପୂର୍ତି ଅବସରରେ “ଜିଜ୍ଞାସା’ ଶୀର୍ଷକରେ ଓଡ଼ିଶା କ୍ୟାରିୟର ପୋର୍ଟାଲ୍ ୱେବ୍ସାଇଟ୍ ଉନ୍ମୋଚିତ ହେବ ।