
ଭୁବନେଶ୍ଵର, ମୌସୁମୀ ନିମ୍ନଚାପ ରେଖା ଆଜି ଗୁଜୁରାଟର ଦେସାରୁ ବାହାରି ରତଲମ୍, ବେତୁଲ, ବ୍ରହ୍ମପୁରୀ, କାଙ୍କେର, ଆନ୍ଧ୍ର-ପ୍ରଦେଶର କଳିଙ୍ଗପାଟନମରୁ ପୂର୍ବ-ଦକ୍ଷିଣପୂର୍ବ ଦିଗରେ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଯାଏଁ ଲମ୍ବିଛି । ଏହା ସମୁଦ୍ର ପତନ ଠାରୁ ବାୟୁମଣ୍ଡଳର ୧.୫ କି.ମି. ଉଚ୍ଚତା ଯାଏଁ ବ୍ୟାପିଛି । ଭୁବନେଶ୍ଵର ସ୍ଥିତ ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଜାରୀ ହୋଇଥିବା ଏକ ଟ୍ଵିଟ୍ ରୁ ଏହି ସୂଚନା ମିଳିଛି ।