
ଭୁବନେଶ୍ଵର, ମୌସୁମୀ ସ୍ଵାଭାବିକ ସହ ଗତ ୨୪ ଘଂଟାରେ ରାଜ୍ୟରେ ହାରାହାରି ୧୪.୨ ମି.ମି. ବର୍ଷା ରେକର୍ଡ କରାଯାଇଛି, ଯାହା ସ୍ଵାଭାବିକ ବର୍ଷା ୯.୯ ମି.ମି. ତୁଳନାରେ ୪୪ ପ୍ରତିଶତ ଅଧିକ ରହିଛି। ଭୁବନେଶ୍ଵର ସ୍ଥିତ ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଜାରୀ ହୋଇଥିବା ଏକ ଟ୍ଵିଟ୍ ରୁ ଏହି ସୂଚନା ମିଳିଛି ।