-
ସ୍ଵାଭାବିକ୍ ବର୍ଷା ୪୫୮.୮ ମି.ମି. ତୁଳନାରେ ୧୩ ପ୍ରତିଶତ କମ୍
-
ଗଞ୍ଜାମ ଜିଲ୍ଲାରେ ସର୍ବନିମ୍ନ ୨୨୧.୮ ମି.ମି. ସହ ୩୬ ପ୍ରତିଶତ ନିଅଂଟିଆ ବର୍ଷା
ଭୁବନେଶ୍ଵର, ଚଳିତ ମୌସୁମୀ ଋତୁରେ, ୧ ଜୁନ ରୁ ଆଜି ୨୩ ଜୁଲାଇ ସୁଦ୍ଧା ରାଜ୍ୟରେ ୪୦୧.୩ ମି.ମି. ବର୍ଷା ରେକର୍ଡ କରାଯାଇଛି, ଯାହା ସ୍ଵାଭାବିକ୍ ବର୍ଷା ୪୫୮.୮ ମି.ମି. ତୁଳନାରେ ୧୩ ପ୍ରତିଶତ କମ୍ ରହିଛି, ଯାହାକି ସ୍ଵାଭାବିକ ପରିସରଭୁକ୍ତ । ଏହି ଅବଧି ମଧ୍ୟରେ ମାଲକାନଗିରି ଜିଲ୍ଲାରେ ସର୍ବାଧିକ ୬୮୪.୪ ମି.ମି. ସହ ୪୨ ପ୍ରତିଶତ ଅଧିକ ବର୍ଷା ରେକର୍ଡ ହୋଇଛି ।
ସେହିପରି ଗଞ୍ଜାମ ଜିଲ୍ଲାରେ ସର୍ବନିମ୍ନ ୨୨୧.୮ ମି.ମି. ସହ ୩୬ ପ୍ରତିଶତ ନିଅଂଟିଆ ବର୍ଷା ରେକର୍ଡ ହୋଇଛି । ଭୁବନେଶ୍ଵର ସ୍ଥିତ ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଜାରୀ ହୋଇଥିବା ଏକ ଟ୍ଵିଟ୍ ରୁ ଏହି ସୂଚନା ମିଳିଛି ।