-
ଟ୍ଵିଟ୍ କରି ଦାବି ଜଣାଇଲେ ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ
-
ଦାବି ପୂରଣ ନହେଲେ କାଲିଠୁ ପଶ୍ଚିମ ଦ୍ଵାର ସମ୍ମୁଖରେ ବସି ଶ୍ରୀଜଗନ୍ନାଥଙ୍କୁ ପ୍ରାର୍ଥନା କରିବି -ସୁଦର୍ଶନ
ପୁରୀ, ଶ୍ରୀମନ୍ଦିରକୁ ଚାରି ଦ୍ଵାର ଦେଇ ଭକ୍ତଙ୍କ ପ୍ରବେଶ ବ୍ୟବସ୍ଥା କରିବାକୁ ନେଇ ଦାବି କ୍ରମଶଃ ତେଜିବାରେ ଲାଗିଛି । ଭକ୍ତ, ସେବାୟତ, ନେତା, ମନ୍ତ୍ରୀଙ୍କ ପରେ ଏବେ ଟ୍ଵିଟ୍ କରି ଦାବି ଜଣାଇଛନ୍ତି ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ।
ଆଜି ପୂର୍ବାହ୍ନରେ କରିଥିବା ଏହି ଟ୍ଵିଟ୍ ରେ ସେ ଉଲ୍ଲେଖ କରିଛନ୍ତି ଯେ, ଜୟ ଜଗନ୍ନାଥ । କୋଭିଡ଼୍ ସମୟରେ ଶ୍ରୀମନ୍ଦିରର ତିନି ଦ୍ଵାର ଶ୍ରଦ୍ଧାଳୁଙ୍କ ପାଇଁ ବନ୍ଦ ରହିଥିଲା । ସେବେଠୁ ଭକ୍ତ ମାନେ କେବଳ ସିଂହଦ୍ଵାର ଦେଇ ପ୍ରବେଶ ପୂର୍ବକ ଶ୍ରୀଜୀଉଙ୍କ ଦର୍ଶନ କରୁଛନ୍ତି । କିନ୍ତୁ, ଆଜି ପର୍ଯ୍ୟନ୍ତ ଶ୍ରୀମନ୍ଦିରର ଅନ୍ୟ ତିନି ଦ୍ଵାର ଦେଇ ଶ୍ରଦ୍ଧାଳୁଙ୍କ ପ୍ରବେଶ ବନ୍ଦ ରହିଛି । ମୁଁ ବିନମ୍ର ଅନୁରୋଧ କରୁଛି ସ୍ଥାନୀୟ ଲୋକଙ୍କ ଭାବାବେଗକୁ ଦୃଷ୍ଟିରେ ରଖି ସେମାନଙ୍କ ପାଇଁ ତୁରନ୍ତ ଅତି କମ୍ ରେ ଶ୍ରୀମନ୍ଦିରର ଆଉ ଏକ ଦ୍ଵାର ଖୋଲାଯାଉ, ଅନ୍ୟ ଦ୍ଵାର ଗୁଡିକ କମିଟିର ନିଷ୍ପତି ପରେ ଖୋଲାଯିବ । ଯଦି ତୁରନ୍ତ ଶ୍ରୀମନ୍ଦିରର ଗୋଟିଏ ଦ୍ଵାର ଖୋଲାନଯିବ ତେବେ ଆସନ୍ତାକାଲି ସକାଳ ଠାରୁ ପଶ୍ଚିମ ଦ୍ଵାର ସମ୍ମୁଖରେ ବସି ଶ୍ରୀଜଗନ୍ନାଥଙ୍କୁ ପ୍ରାର୍ଥନା କରିବି ।